ଭଦ୍ରକ: ଅଂଶୁଘାତ ଯୋଗୁଁ ଜଣକର ମୃତ୍ୟୁ

ଭଦ୍ରକ: ଅଂଶୁଘାତ ଯୋଗୁଁ ବୁଧବାର ଦିନ ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକ୍‌ ଅନ୍ତର୍ଗତ ଅର୍ଜୁନପୁର ଗାଁ’ର ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

ମୃତ ବ୍ୟକ୍ତି ହେଉଛନ୍ତି ପ୍ରହଲ୍ଲାଦ ରାଉତଙ୍କ ପୁତ୍ର ୩୩ ବର୍ଷିୟ ଇନ୍ଦ୍ରଜିତ। ପୂର୍ବାହ୍ନ ୧୧ଟା ସମୟରେ ଇନ୍ଦ୍ରଜିତ ଗାଁ’ ପାଖ ବିଲ ଆଡ଼କୁ ଯାଉଥିବା ବେଳେ ଅଚେତ ହୋଇ ପଡ଼ିଯାଇଥିଲେ। ବିଲରେ ଥିବା ଅନ୍ୟ ଗ୍ରାମବାସୀମାନେ ତାଙ୍କୁ ଉଠାଇ ଘରକୁ ଆଣି ପାଣି ଛଟାଛଟି କରିଥିଲେ ବି ତାଙ୍କର ଚେତା ଫେରି ନ ଥିଲେ।

ଚିକିତ୍ସା ନିମନ୍ତେ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ସେ ମୃତ ବୋଲି ଡାକ୍ତରମାନେ ଘୋଷଣା କରିଥିଲେ।

ଅଂଶୁଘାତ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା କଥା ପରିବାର ଲୋକେ ଅଭିଯୋଗ କରୁଛନ୍ତି, କିନ୍ତ ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।

ସମ୍ବନ୍ଧିତ ଖବର