ଗଛକାଟି ମାଓବାଦୀଙ୍କ ରାସ୍ତା ଅବରୋଧ : ବିଦ୍ୟୁତ୍‌ ସଂର୍ସ୍ପଶରେ ଯୁବକ ମୃତ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ସିନାପାଲି ଓ ବୋଡ଼େନ ବ୍ଲକରେ ପୁଲିସର କାଯ୍ୟର୍କଳାପକୁ ବିରୋଧ କରି ନୂଆପଡ଼ା-ମୈନପୁର ଡିଭିଜନ ମାଓବାଦୀମାନେ ରବିବାର ବିଳମ୍ବିତ ରାତିରେ ଉନ୍ମତ୍ତ କାଣ୍ଡ ଘଟାଇଥିଲେ। ସିନାପାଲି ବ୍ଲକର ଗୋର୍ଲା- କରଲାଖମାର ରାସ୍ତାରେ ଗଛ କାଟି ରାସ୍ତା ଅବରୋଧ କରିଥିଲେ। ଗଛକାଟି ପକାଇବା ସମୟରେ ଏହା ଏକ ବିଦ୍ୟୁତ ତାର ସଂର୍ସ୍ପଶରେ ଆସିବା ଫଳରେ ତାର ଛିଣ୍ଡି ପଡ଼ିଥିଲା। ସୋମବାର ସକାଳେ ଚଟିଆଗୁଡ଼ା ଗାଁର ସହଦେବ ସାହା ଜାଳେଣି କାଠ ପାଇଁ ସାଇକଲରେ ଜଙ୍ଗଲକୁ ଯାଉଥିବା ସମୟରେ ଉକ୍ତ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ। ମାଓବାଦୀମାନେ ଉକ୍ତ ସ୍ଥାନରେ ଛାଡ଼ିଥିବା ଓଡ଼ିଆ ଏବଂ ହିନ୍ଦୀ ପୋଷ୍ଟରରେ ପୁଲିସର କାଯ୍ୟର୍କଳାପକୁ ବିରୋଧ କରିଛନ୍ତି। ପୋଷ୍ଟରରେ ଭାରତର କମ୍ୟୁନିଷ୍ଟ ପାର୍ଟି (ମାଓବାଦୀ) ମୈନପୁର-ନୂଆପଡ଼ା ଡିଭିଜାନାଲ କମିଟି ଲେଖା ଅଛି। ସେହପରି ବୋଡ଼େନ ବ୍ଲକର କୋଟ ଗାଁରେ ମଧ୍ୟ ଗଛକାଟି ମାଓବାଦୀମାନେ ରାସ୍ତା ଅବରୋଧ କରି ବିରୋଧ କରିଛନ୍ତି।

ସମ୍ବନ୍ଧିତ ଖବର