ଏଚଡିଏଫସି ବ୍ୟାଙ୍କ ଏଟିଏମ୍‌ରୁ ବାହାରୁଛି ଚିରା ନୋଟ୍‌

କାକିରିଗୁମ୍ମା : କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ କାକିରିଗୁମ୍ମା ଠାରେ ଥିବା ଏଚଡିଏଫସି ବ୍ୟାଙ୍କ ଏଟିଏମ୍‌ରୁ ଚିରା ନୋଟ ବାହାରୁଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଚମ୍ପି ଗ୍ରାମର ପ୍ରକାଶ କୁମାର ଦାଶ ଓ ଅଭୟ କୁମାର ଉକ୍ତ ଏଟିଏମ୍‌କୁ ଆସି ଟଙ୍କା ଉଠାଇଥିଲେ। ତେବେ ଏଟିଏମ୍‌ ଭିତରୁ ଚିରା ଶହେ ଟଙ୍କିଆ ନୋଟ୍‌ ବାହାରିଥିବା ଜଣାପଡିଛି। ଏନେଇ ଦାମନଯୋଡି ଏଚଡିଏଫସି ଶାଖା ପରିଚାଳକଙ୍କ ସହ ଯୋଗାଯୋଗ କରିବାରୁ ଆଗାମୀ ଦିନରେ ଏଭଳି ହେବ ନାହିଁ ବୋଲି ପ୍ରତିଶ୍ରୁତି ଦେବା ସହ ଏହାର ତଦନ୍ତ କରି ପଦକ୍ଷେପ ନେବେ ବୋଲି କହିଥିଲେ। ବ୍ୟାଙ୍କକୁ ଆସି ଟଙ୍କା ବଦଳ କରିନେବା ପାଇଁ କର୍ତ୍ତୃପକ୍ଷ କହିଥିଲେ। କାକିରିଗୁମ୍ମା ଠାରୁ ଦାମନଯୋଡି ୨୨ କିମି ହୋଇଥିବାରୁ ଟଙ୍କା ବଦଳ କରିବାକୁ ବ୍ୟାଙ୍କ କର୍ତ୍ତୃପକ୍ଷ ପରାମର୍ଶ ଦେବା ବିଷୟକୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର