ମନ୍‌ କି ବାତ୍‌ରେ ମୋଦିଙ୍କ ମନର କଥା: ହକି ବିଶ୍ୱକପ୍‌ର ସଫଳତା କାମନା ସହ କଲେ ଓଡ଼ିଆ ସଂସ୍କୃତିର ଗୁଣ ଗାନ

ଭୁବନେଶ୍ୱର: ପୁରୁଷ ହକି ବିଶ୍ୱକପ୍‌ ପାଇଁ କାଉଣ୍ଟଡାଉନ୍‌ ଆରମ୍ଭ ହୋଇ ଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ନେଇ ରବିବାର ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି। ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ମୋଦି ପ୍ରଥମ ଥର ପାଇଁ ଓଡ଼ିଶାରେ ଆୟୋଜନ ହେଉଥିବା ପୁରୁଷ ହକି ବିଶ୍ୱକପ୍‌ର ସଫଳତା କାମନା କରିଛନ୍ତି। ଏଥି ସହିତ ମୋଦି ଓଡ଼ିଶାର ସଂସ୍କୃତି ଓ ପରଂପରାକୁ ମହାନ ବୋଲି ବର୍ଣ୍ଣନା କରିଛନ୍ତି।

ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍‌ରେ ଆଗାମୀ ନଭେମ୍ବର ୨୮ରୁ ହକି ବିଶ୍ୱକପ୍‌ ଆରମ୍ଭ ହେବ। ଏହି ଟୁର୍ଣ୍ଣାମେଣ୍ଟ ଡିସେମ୍ବର ୧୬ ପର୍ଯ୍ୟନ୍ତ ଜାରି ରହିବ। ଖେଳାଳିଙ୍କୁ ଉତ୍ସାହିତ କରିବାକୁ କ୍ରୀଡାପ୍ରେମୀମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଆହ୍ଵାନ କରିଛନ୍ତି। ଓଡ଼ିଶା ବାହାରୁ ଏବଂ ବିଦେଶରୁ ହକି ଦେଖିବାକୁ ଆସୁଥିବା କ୍ରୀଡ଼ାପ୍ରେମୀମାନେ ଓଡ଼ିଶାର ଐତିହ୍ୟ ସଂପର୍କରେ ଜାଣିବା ଦରକାର। କୋଣାର୍କର ସୂର୍ଯ୍ୟ ମନ୍ଦିର, ପୁରୀ ଶ୍ରୀମନ୍ଦିର ସହ ବୃହତ ଚିଲିକା ହ୍ରଦ ଦେଖିବାକୁ ସୁଯୋଗ ପାଇ ପାରିବେ।

ହକି ବିଶ୍ୱକପ୍‌ ଆରମ୍ଭ ହେବାର ପୂର୍ବ ଦିନ ଅର୍ଥାତ ନଭେମ୍ବର ୨୭ରେ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ହେବ। ଏହି ସମାରୋହରେ ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ସମେତ ବଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ ଏ.ଆର. ରେହମାନ ସଂଗୀତ ପ୍ରସ୍ତୁତି ଦେବେ।

ସମ୍ବନ୍ଧିତ ଖବର