ମାନସ ବିଜେଡି ସାଧାରଣ ସଂପାଦକ ନିଯୁକ୍ତ

ଭୁବନେଶ୍ବର : ନିର୍ବାଚନ ପୂର୍ବରୁ ବିେଜଡି ଆଭ୍ୟନ୍ତରୀଣ ସଂଗଠନ ସଜାଡିବା କାର୍ଯ୍ୟ େଜାର ଧରିଛି। ଏହି କ୍ରମରେ ଗଣମାଧ୍ୟମ ବ୍ୟାପାର ବୁଝିବା ଲାଗି ଆଜି ଦଳ ସାଧାରଣ ସଂପାଦକ ନିଯୁକ୍ତି କରିଛି। ବିେଜଡି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିେଜଡି ମିଡିଆ ସେଂଯାଜକ ମାନସ ରଂଜନ ମଙ୍ଗରାଜଙ୍କୁ ଏହି ପଦବିରେ ଅବସ୍ଥାପିତ କରିଛନ୍ତି। ଏ େନଇ ବିଜେଡି ସାଧାରଣ ସଂପାଦକ ପ୍ରଣବ ପ୍ରକାଶ ଦାସ ଏକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ଆଜି ସନ୍ଧ୍ୟାେର ତୁରନ୍ତ ଶ୍ରୀ ମଙ୍ଗରାଜଙ୍କୁ ତାଙ୍କ ଦାୟିତ୍ବ ସଂପର୍କରେ ମଧ୍ୟ ମୁଖିଆ ବୁଝାଇ ଦେଇଛନ୍ତି।

ଏଠାରେ ପ୍ରକାଶ ଥାଉକି, ପୂର୍ବରୁ କଂଗ୍ରେସ ଜଣେ ଆଗଧାଡିର ସାମ୍ବାଦିକ ସତ୍ୟ ପ୍ରକାଶ ନାୟକଙ୍କୁ ଗଣମାଧ୍ୟମର ମୁଖ୍ୟ ଭାବେ ନିଯୁକ୍ତି େଦଇଥିଲା। ସାମ୍ବାଦିକତାରୁ ରାଜନୀତିକୁ ଆସିଥିବା ଶ୍ରୀ ମଙ୍ଗରାଜଙ୍କୁ ବିେଜଡି ଏଭଳି େଭଟି ଧରାଇଛି।

ସମ୍ବନ୍ଧିତ ଖବର