ସିଡବ୍ଲୁସି ପୁନର୍ଗଠିତ; ମନ୍ଦାକିନୀ ଜେମା ଅଧ୍ୟକ୍ଷା

କଟକ : ଜିଲ୍ଲା ଶିଶୁ ମଙ୍ଗଳ କମିଟି(ସିଡବ୍ଲୁସି) ପୁନର୍ଗଠିତ ହୋଇଛି । ମନ୍ଦାକିନୀ ଜେମାଙ୍କୁ ଅଧ୍ୟକ୍ଷା ଭାବେ ନିଯୁକ୍ତ କରାଯାଇଛି । ସେହିପରି ଅନ୍ୟ ଚାରି ଜଣ ସଦସ୍ୟଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି । ଏ ସଂକ୍ରାନ୍ତରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସୂଚନା ଅନୁଯାୟୀ, ଜିଲ୍ଲାସ୍ତରରେ ସିଡବ୍ଲୁସି ପ୍ରତି ୩ ବର୍ଷରେ ପୁନର୍ଗଠିତ ହେଉଛି । ଏଥିରେ ଜଣେ ଅଧ୍ୟକ୍ଷଙ୍କ ସମେତ ଚାରି ଜଣ ସଦସ୍ୟ ନିଯୁକ୍ତ ହୋଇଥାନ୍ତି । ଶେଷ ଥର ପାଇଁ ଗତ ୨୦୧୪ ଜୁଲାଇ ୪ ତାରିଖରେ ଗଠିତ କମିିଟିରେ ବିକାଶ ମହାପାତ୍ରଙ୍କୁ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଥିଲା । ସେହିପରି ସଦସ୍ୟ ଭାବେ ପ୍ରଦୀପ ପଟ୍ଟନାୟକ, ଡଲି ଦାସ ଏବଂ ସୁଜାତା ମହାପାତ୍ର ନିଯୁକ୍ତି ଦିଆଯାଇଥିଲା। କିନ୍ତୁ ଗୋଟିଏ ସଦସ୍ୟ ପଦବି ଖାଲି ପଡ଼ିଥିଲା । ୨୦୧୭ ଜୁନ୍‌ରେ ଏହି କମିଟିର କାର୍ଯ୍ୟକାଳ ଶେଷ ହୋଇଥିଲା । କିନ୍ତୁ ରାଜ୍ୟ ସରକାରଙ୍କ ପକ୍ଷରୁ କମିଟିର କାର୍ଯ୍ୟକାଳ ଏକ ବର୍ଷ ବୃଦ୍ଧି କରାଯାଇଥିଲା । ଇତିମଧ୍ୟରେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ନୂଆ କମିଟି ଗଠନ କରାଯାଇ ତାଲିକା ପ୍ରକାଶ ପାଇଛି । ଏଥିରେ ଅଧ୍ୟକ୍ଷ ଭାବେ ମନ୍ଦାକିନୀ ଜେମାଙ୍କ ସମେତ ସଦସ୍ୟ ଭାବେ ଚିତ୍ତରଞ୍ଜନ ମହାନ୍ତି, ଅମୀୟ ଭୂଷଣ ବିଶ୍ୱାଳ, ଶ୍ରୀକାନ୍ତ ମହାନ୍ତି, ପ୍ରଦୀପ କୁମାର ମୁଦୁଲି ସ୍ଥାନ ପାଇଛନ୍ତି। ଏବେ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଖୁବ ଶୀଘ୍ର କଟକ ସିଡବ୍ଲୁସି କାର୍ଯ୍ୟାଳୟରେ ନୂଆ ଅଧ୍ୟକ୍ଷା ଓ ସଦସ୍ୟମାନେ ଯୋଗ ଦେବେ ବୋଲି ସୂଚନା ମିଳିଛି ।

ସମ୍ବନ୍ଧିତ ଖବର