ମନୋଜ ଜେନା ହତ୍ୟା ମାମଲା, ଭୁବନେଶ୍ବରରେ ବ୍ରହ୍ମପୁର ପୁଲିସ

ବ୍ରହ୍ମପୁର : ଆସିକା ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ମନୋଜ ଜେନାଙ୍କୁ ଗୁଳି କରି ହତ୍ୟା କରିବା ଘଟଣାରେ ବ୍ରହ୍ମପୁର ପୁଲିସର ଏକ ଟିମ୍‌ ଭୁବନେଶ୍ବର ଯାଇ ହତ୍ୟାକାରୀଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଥିବା ଜଣାପଡ଼ିଛି। ଅନ୍ୟପଟେ ଆଉ ଏକ ଟିମ୍‌ ଆସିକାରେ ରହି ସେହି ନିର୍ଦ୍ଦିଷ୍ଟ ଗ୍ୟାଙ୍ଗ୍‌ର ଅନ୍ୟ ସଦସ୍ୟଙ୍କ ଗତିବିଧି ଉପରେ ନଜର ରଖିଛନ୍ତି। ମନୋଜଙ୍କ ସହିତ ଯେଉଁମାନଙ୍କର ଶତ୍ରୁତା ରହିଥିଲା ପୁଲିସ ସେମାନଙ୍କ ଏକ ତାଲିକ ପ୍ରସ୍ତୁତ କରିଛି। ନିକଟରେ ଆସିକା ଜେଲ୍‌ରୁ ଜାମିନ୍‌ରେ ଆସିଥିବା ଅପରାଧୀଙ୍କ ଉପରେ ମଧ୍ୟ ପୁଲିସ ନଜର ରଖିଛି। ସେପଟେ ଘଟଣା ଦିନ ମନୋଜଙ୍କ ସହିତ କାର୍‌ରେ ଆସୁଥିବା ଡ୍ରାଇଭର୍‌ ଓ ଅନ୍ୟମାନଙ୍କୁ ମଧ୍ୟ ପୁଲିସ ପଚରାଉଚରା କରିଛି। ହେଲେ ଅଦ୍ୟାବଧି ସେମାନଙ୍କ ନିକଟରୁ କୌଣସି ଖାସ୍‌ ସୂଚନା ମିଳି ନଥିବା ଟାଉନ୍‌ ଏସ୍‌ଡିପିଓ ବିଷ୍ଣୁପ୍ରସାଦ ପତି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର