ଅନଗୁଳ: ବୁଧବାର ସକାଳେ ଅନଗୁଳ ଥାନା ଅନ୍ତର୍ଗତ ନତଡ଼ା ଗାଁର ଗୋଟାଏ ପରିତ୍ୟକ୍ତ କୂଅରେ ଜଣେ ଯୁବକଙ୍କ ଶବ ଭାସୁଥିବା ଲୋକେ ଦେଖିଛନ୍ତି।
ସେ ମୃତ ଯୁବକ ହେଉଛନ୍ତି ନତଡ଼ା ଗ୍ରାମର ବାସିନ୍ଦା ମହାଦେବ ଖଟୁଆଙ୍କ ୩୫ ବର୍ଷିୟ ପୁଅ ପଞ୍ଚୁ।
ସେ ଗତ ସନ୍ଧ୍ୟାରୁ ନିରୁଦ୍ଦିଷ୍ଟ ହୋଇ ଯାଇଥିଲେ। ଆଜି ସକାଳେ ଗ୍ରାମର କେତେକ ଲୋକ କୂଅ ମଧ୍ୟରେ ପଞ୍ଚୁଙ୍କର ଶବ ଭାସୁଥିବା ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ତାଙ୍କୁ କେହି ହତ୍ୟା କରି କୂଅ ମଧ୍ୟରେ ଫିଙ୍ଗି ଦେଇଥିବା କଥା ପରିବାର ଲୋକେ ସନ୍ଦେହ କରୁଛନ୍ତି।
ଖବର ପାଇ ଅନଗୁଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/09/well.jpg)