ବାରିପଦା: ସୋମବାର ସକାଳେ ହଳଦୀପାଳ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡାଙ୍ଗରବିଲା ଅଞ୍ଚଳର ଜଣେ ବ୍ୟକ୍ତି ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି।
ମୃତ ବ୍ୟକ୍ତିଜଣକ ହେଉଛନ୍ତି ୫୨ ବର୍ଷିୟ ହରିଆ ସୋରେନ୍। ସକାଳ ପ୍ରାୟ ୬: ୩୦ ମିନିଟ୍ ସମୟରେ ହରିଆ ଶୌଚ ହେବା ନିମନ୍ତେ ଯାଇଥିଲେ। ସେତେବେଳେ ସେ ବାଟ ଦେଇ ପଶ୍ଚିମବଙ୍ଗରୁ ଚାଲି ଆସିଥିବା ହାତୀପଲ ଫେରୁଥିଲେ। ପଲରୁ ଗୋଟାଏ ହାତୀ ବାହାରି ଆସି ତାଙ୍କୁ କଚାଡ଼ି ମାରି ପକାଇଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/elephant-2.jpg)