ଠିକା କ୍ୟାମ୍ପ୍‌ରେ ମାଓବାଦୀଙ୍କ ଲଙ୍କାକାଣ୍ଡ

ଫୁଲବାଣୀ/ବାଲିଗୁଡ଼ା : କନ୍ଧମାଳରେ ପୁଣି ମାତିଲେ ମାଓବାଦୀ। ଗତକାଲି ରାତିରେ ୩୦ରୁ ୪୦ ଜଣ ମାଓବାଦୀ ସଂଘବନ୍ଧ ଭାବେ ବାଲିଗୁଡ଼ା ବ୍ଳକ ବାଲିମାହା ଠିକାସଂସ୍ଥା କ୍ୟାମ୍ପ ଉପରେ ଚଢ଼ଉ କରିଥିଲେ। ପ୍ରଥମେ ମ୍ୟାନେଜରଙ୍କୁ ପ୍ରବଳ ପିଟାପିଟି କରିଥିଲେ। ଏହାପରେ ମାଓବାଦୀ ଟ୍ରାକ୍ଟର, ଜେସିବି ଓ ମିକ୍ଚର ମେସିନରେ ନିଆଁ ଲଗାଇ ଦେଇଥିଲେ। ଯିବା ସମୟରେ ଏକ ପୋଷ୍ଟର ଲଗାଇ ଯାଇଥିଲେ। ଏହାକୁ ନେଇ ବିଲାମାହା ଓ ଗୁମୁଡୁମାହାରେ ଆତଙ୍କ ଖେଳି ଯାଇଛି। ପୁଲିସ ସେଠାରେ ପହଞ୍ଚି ନଥିବା ବେଳେ ଠିକାସଂସ୍ଥା ପକ୍ଷରୁ ଏ ନେଇ ଥାନାରେ କୌଣସି ଅଭିଯୋଗ ହୋଇ ନାହିଁ। କନ୍ଧମାଳ ଏସପି ପ୍ରତୀକ ସିଂ କହିଛନ୍ତି ଏହା କେକେବିଏନ୍‌ ମାଓ ସଂଗଠନର କାମ। ଘଟଣା ପରେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର