ନିୟମଗିରିରେ ମାଓ କ୍ୟାମ୍ପ ଠାବ, ବ୍ୟାପକ ମାଓ ସମାଗ୍ରୀ ଜବତ

କଲ୍ୟାଣସିଂହପୁର/ରାୟଗଡ଼ା: ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାର ସୀମାରେ ବିସ୍ତିର୍ଣ୍ଣ ନିୟମଗିରି ପାହାଡ଼ରୁ ଗୁରୁବାର ମାଓ କ୍ୟାମ୍ପ ଠାବ ହୋଇଛି। କେନ୍ଦ୍ରୀୟ ସୁରକ୍ଷା ପୁଲିସ ବଳ (ସିଆରପିଏଫ) ଦ୍ୱାରା କମ୍ବିଂ ଅପରେଶନ ଚାଲିଥିବା ବେଳେ ମାଓ କ୍ୟାମ୍ପ ଠାବ ହୋଇଛି। ସୂଚନା ଅନୁସାରେ ପାହାଡ଼ର ତୁୁଲୁବା ଜଙ୍ଗଲରେ ଏହି କ୍ୟାମ୍ପ ଠାବ ହୋଇଛି। ସିଆରପିଏଫ ଯବାନମାନେ ୧୫ଟି ଡିଟୋନେଟର, ୧୫ଟି ଜିଲୋଟିନ ଓ ଗୋଟିଏ ଟିଫିନ ବୋମା ଜବତ କରିଛନ୍ତି।

ରିପୋର୍ଟ ଅନୁସାରେ ସେକେଣ୍ଡ ଇନ୍‌ କମାଣ୍ଡେଣ୍ଟ ମିଟୁ ରୟ ଓ ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ଗୁରୁଚରଣ ସ୍ୱାଇଁଙ୍କ ନେତୃତ୍ୱରେ ଆଜି ସକାଳ ୬ଟାରେ ୪୦ ଜଣ ସିଆରପିଏଫ ଯବାନ ଏବଂ ପୁଲିସ କମ୍ବିଂ ଅପରେଶନ ପାଇଁ ନିୟମଗିରି ପାହାଡ଼ର ପାତଲମ୍ବା ନିକଟ ତୁଲୁବା ଜଙ୍ଗଲକୁ ଯାଇଥିଲେ। ଅପରେଶନ ଚାଲିଥିବା ବେଳେ ମଧ୍ୟାହ୍ନ ସମୟରେ ଯବାନମାନେ ଏକ ମଂଚା ଉପରେ କିଛି ଜିନିଷ ଥିବା ସନ୍ଦେହ କରିଥିଲେ। ମଂଚା ଉପରକୁ ଯାଇ ଦେଖିବା ବେଳକୁ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ କରିଥିଲେ। ମାଓ ସାମଗ୍ରୀ ଜବତ ପରେ ମିଟୁ ରୟ କହିଛନ୍ତି, ମାଓବାଦୀ ମାନେ ଏକ ବଡ଼ ଧରଣର କାଣ୍ଡ କରିବାକୁ ଯୋଜନା କରୁଥିଲେ।

ସମ୍ବନ୍ଧିତ ଖବର