ନିୟମଗିରିରେ ମାଓ କ୍ୟାମ୍ପ ଠାବ : ଟିଫିନ ବୋମା ସହ ବିପୁଳ ସାମଗ୍ରୀ ଜବତ

କଲ୍ୟାଣସି˚ହପୁର : ରାୟଗଡା ଜିଲ୍ଲା କଲ୍ୟାଣସି˚ହପୁର ବ୍ଲକର ନିୟମଗରି ପାହାଡ ଅନ୍ତର୍ଗତ ଟୁବୁଲା ଶିଖରରେ ମାଓ କ୍ୟାମ୍ପ ଠାବ କରାଯାଇଛି।

ମାଓ ପ୍ରବଣ ପାର୍ସାଲି ପଞ୍ଚାୟତର ପାତଲମ୍ବା ଗ୍ରାମ ଉପର ମୁଣ୍ତରେ ମାଓବାଦୀ ଏହି କ୍ୟାମ୍ପ ସ୍ଥାପନ କରିଥିଲେ। ସିଆରପିଏଫ ୪ର୍ଥ ବାଟାଲିୟନ ଯବାନ ପହଞ୍ଚି ଅସ୍ଥାୟୀ କୁଡିଆକୁ ଭାଙ୍ଗିବା ସହ ବିପୁଳ ପରିମାଣର ସାମଗ୍ରୀ ଜବତ କରିଛନ୍ତି। ଏଥିରେ ଟିଫିନ ବୋମା ରହିଥିବା ସୂଚନା ମିଳିଛି।

ନିୟମିତ ପ୍ରକ୍ରିୟା ଅନୁଯାୟୀ, କଲ୍ୟାଣସିଂହପୁର କ୍ୟାମ୍ପର ୪୦ଜଣିଆ ଯବାନଙ୍କ ଟିମ୍ ଆଜି ସକାଳେ ନିୟମଗିରି ପାହାଡରେ କମ୍ବିଂ ଅପରେସନ ପାଇଁ ପଶିଥିଲା। ପାତଲମ୍ବା ଗ୍ରାମ ଦେଇ ଟୁବୁଲା ପାହାର ଉପର ମୁଣ୍ତର ସାତ ନ˚ମ୍ବର ପଏଣ୍ଟରେ ଗୋଟିଏ ଭଙ୍ଗା କୁଡ଼ିଆ ଯବାନଙ୍କ ଦୃଷ୍ଟିରେ ପଡ଼ିଥିଲା। ନିକଟକୁ ଯିବାରୁ କିଛି ସ୍ଥାନରେ ଭାତ ଓ ଖାଦ୍ୟ ସାମଗ୍ରୀ ସହ ମାଓବାଦୀ ବ୍ୟବହାର କରୁଥିବା ସାମଗ୍ରୀ ପଡିଥିବା ଦେଖିଥିଲେ। ଏହାପରେ ଆଖପାଖ ଅଞ୍ଚଳରେ ସର୍ଚ ଅପରେସନ ଆରମ୍ଭ ହୋଇଥିଲା। କୁଡ଼ିଆ ନିକଟସ୍ଥ ତେନ୍ତୁଳି ଗଛ କୋରଡରେ ଗୋଟିଏ ବ୍ୟାଗ ରହିଥିବା ଦେଖିଥିଲେ। ସତର୍କତାର ସହ ବ୍ୟାଗକୁ ଯାଞ୍ଚ କରିବାରୁ କିଛି ମାଓ ସାମଗ୍ରୀ ବାହାରିଥିଲା। ପରବର୍ତୀ ସମୟରେ ଏନେଇ ରାୟଗଡା ସିଆରପିଏଫ ବାଟାଲିୟନକୁ ଖବର ଦିଆଯାଇଥିଲା। ଦ୍ବିତୀୟ କାମାଣ୍ଡାଣ୍ଟ ମିତୁ ରୟ ବମ୍ବ ସ୍କ୍ବାଡ୍ ଓ ଡଗ୍ ସ୍କ୍ବାଡ୍ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ପାତଲମ୍ବା ଗ୍ରାମ ନିକଟରୁ ପ୍ରାୟ ଛଅ କିମି ଦୂରରୁ ପୁଣି ୧୫ଟି ଜିଲୋଟିନ୍, ୧୫ଟି ଡିଟୋନେଟର, ୧୦ମିଟର ତାର, ୫ଟି ବ୍ୟାଟେରି, ଗୋଟିଏ ଟିଫିନି ବମା, ଛୁରି, ତାର କଟର, ଟାଙ୍ଗିଆ, ଖାଦ୍ୟ ସମାଗ୍ରୀ ଓ ଗୋଟିଏ ପରିଚୟ ପତ୍ର ସହ ଗୋଟିଏ ପୋଷ୍ଟର ମିଳିଥିଲା।

ସମ୍ବନ୍ଧିତ ଖବର