ଗୁରୁଣ୍ଡିଆ ଜଙ୍ଗଲରେ ମାଓ କ୍ୟାମ୍ପ

ରାଉରକେଲା : ଦୀର୍ଘ ଦୁଇ ବର୍ଷ ପରେ ସୁନ୍ଦରଗଡ଼ର ଗୁରୁଣ୍ଡିଆ ଅଞ୍ଚଳରେ ମାଓବାଦୀ ପୁଣି ସ୍ଥିତି ଜାହିର କରିଛନ୍ତି। ଗୁରୁଣ୍ଡିଆର ସୁରୁଗୁଡ଼ା ଜଙ୍ଗଲରେ ମାଓ କ୍ୟାମ୍ପ ଚାଲିଛି। ଗତ ଦୁଇ ସପ୍ତାହ ମଧ୍ୟରେ ସରଣ୍ଡା ଜଙ୍ଗଲରୁ ଗୁରୁଣ୍ଡିଆ ଭିତରକୁ ୩ଟି ମାଓ ଗ୍ରୁପ୍‌ ପ୍ରବେଶ କରି ଥିବାବେଳେ ୨ଟି ଦଳ ଦେବଗଡ଼ ଜଙ୍ଗଲ ଦେଇ ସମ୍ବଲପୁର ଓ ଅନୁଗୋଳକୁ ଚାଲିଯାଇଛନ୍ତି। ତେବେ ବର୍ତ୍ତମାନ ଯାଏ ଗୋଟିଏ ଦଳ ସେଠାରେ ଅଛି। ଜଙ୍ଗଲରେ ମାଓ କ୍ୟାମ୍ପ୍‌ ଉଭୟ ପୁଲିସ ଓ ଜଙ୍ଗଲ ବିଭାଗ କର୍ମଚାରୀଙ୍କ ପାଇଁ ମୁଣ୍ଡବ୍ୟଥା ପାଲଟିଛି।

ସମ୍ବନ୍ଧିତ ଖବର