ଖସିଗଲେ ୧୨ ମାଓବାଦୀ

ଭବାନୀପା‌ଟଣା : ଭବାନୀପାଟଣା ସଦର ଥାନା ମଞ୍ଚୁଳ ସଂରକ୍ଷିତ ଜଙ୍ଗଲର କୋଟେଲ ଘାଟି ପାହାଡ଼ରେ ବୁଧବାର ଦିନ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ବେଳେ ୧୦ରୁ ୧୨ ମାଓବାଦୀ ଘଟଣା ସ୍ଥଳରୁ ଖସି ପଳାଇଛନ୍ତି। ଏବେ ମଧ୍ୟ କମ୍ବିଂ ଅପରେସନ ଜାରି ରହିଛି। ମାଓ କ୍ୟାମ୍ପରୁ ବିସ୍ଫୋରକ ସାମଗ୍ରୀ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ଅନ୍ୟା‌ନ୍ୟ ସାମଗ୍ରୀ ଜବତ କରାଯାଇଥିବା କଳାହାଣ୍ଡି ଏସପି ବାତୁଲା ଗଙ୍ଗାଧର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। କୋଟେଲ ଘାଟି ଠାରେ ମାଓବାଦୀ ମାନେ ଏକ ଗୁପ୍ତ ବୈଠକ କରୁଥିବା ପୁଲିସ ସୂଚନା ପାଇଥିଲା। ବୁଧବାର ମଧ୍ୟାହ୍ନରେ ପୁଲିସର ଡିଭିଏଫ ଟିମ ସେଠାରେ କମ୍ବିଂ ଅପରେସନ କରିଥିଲେ। ପୁଲିସ ପକ୍ଷରୁ ୪ ରାଉଣ୍ଡ ଓ ମାଓବାଦୀ ମାନଙ୍କ ପକ୍ଷରୁ ୨ ରାଉଣ୍ଡ ଗୁଳି ବିନିମୟ ହୋଇଥିଲା। ଅସ୍ଥାୟୀ କ୍ୟାମ୍ପ ଛାଡି ୩ରୁ ୪ ମହିଳା ସମେତ ୧୦ରୁ ୧୨ ମାଓବାଦୀ ଖସି ଚାଲି ଯାଇଥିଲେ। ପୁଲିସ ଘଟଣାସ୍ଥଳରୁ ୩ଟି ଦେଶୀ ବନ୍ଧୁକ, ଗୋଟିଏ ସ୍କୃ ଡ୍ରାଇଭର, ଗୋଟିଏ ମଲଟି ଚାର୍ଜର ପିନ, ଦୁଇଟି ଡିଟୋନେଟର, ‌ଗୋଟିଏ ସୋଲାରପ୍ଲେଟ, ୩୦ ମିଟର ବିଦ୍ୟୁତ ତାର, ଗୋଟିଏ ଟିଫିନ ବୋମା, ବିସ୍ଫୋରକ ସାମଗ୍ରୀ, ‌ଗୋଟିଏ ରେଡିଓ ସେଟ, ମାଓ ପୁସ୍ତିକା ସମେତ ବହୁ ସାମଗ୍ରୀ ଜବତ କରିଛି। କମ୍ବିଂ ଅପରେସନ ବେଳେ ମାଓବାଦୀମାନେ ପାଖ ଗାଁର କିଛି ସମର୍ଥକ ଓ ମିଲିସିଆ ମାନଙ୍କୁ ନେଇ ବୈଠକ ଚାଲିଥିଲା। ସେହି ସମୟରେ ଖାଦ୍ୟ ମଧ୍ୟ ରନ୍ଧା ହେଉଥିବା ଦେଖିବାକୁ ପାଇଥିଲେ। ଆସନ୍ତା ଦୁଇଦିନ ଧରି କମ୍ବିଂକୁ ଜ‌ୋରଦାର କରାଯିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର