ମାଓ ଲିଙ୍କ୍‌ ଅଭିଯୋଗ : ବରିଷ୍ଠ ଆଇନଜୀବୀ ଉପେନ୍ଦ୍ର ନାୟକ ଗିରଫ

ରା.ଉଦୟଗିରି/ ପାରଳାଖେମୁଣ୍ଡି : ମାଓ ଲିଙ୍କ୍‌ ଅଭିଯୋଗରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ବରିଷ୍ଠ ଆଇନଜୀବୀ ଉପେନ୍ଦ୍ର ପ୍ରସାଦ ନାୟକ ଗିରଫ ହୋଇଛନ୍ତି। ସିପିଆଇ (ଏମ)ର ପୂର୍ବତନ କର୍ମକର୍ତ୍ତା ଉପେନ୍ଦ୍ରଙ୍କୁ ଗତକାଲି ରାତିରେ ପାରଳାଖେମୁଣ୍ଡି ବାଟଗୌଡ଼ ସାହିସ୍ଥିତ ତାଙ୍କ ବାସଭବନରୁ ରା.ଉଦୟଗିରି ଏବଂ ପାରଳାଖେମୁଣ୍ଡି ପୁଲିସ ଉଠାଇ ନେଇଥିଲା। ୫ ବର୍ଷ ହେଲା ଉପେନ୍ଦ୍ର ମାଓବାଦୀଙ୍କ ପାଇଁ ମକଦ୍ଦମା ଲଢୁଥିଲେ। ଗତକାଲି ରାତିରେ ତାଙ୍କୁ ପୁଲିସ ଗିରଫ କରିବା ପରେ ୧୧ଟି ମାମଲାରେ ଅଭିଯୁକ୍ତ ଦର୍ଶାଇ ଆଜି ରା.ଉଦୟଗିରି ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ଙ୍କ କୋର୍ଟ ଓ ପରେ ମୋହନା କୋର୍ଟରେ ହାଜର କରା ଯାଇଥିଲା। ଉପେନ୍ଦ୍ରଙ୍କ ଗିରଫଦାରୀ ପ୍ରତିବାଦରେ ଆଜି ପାରଳାଖେମୁଣ୍ଡି ଓକିଲ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦିଆଯାଇଛି।

ସମ୍ବନ୍ଧିତ ଖବର