ଦାରିଙ୍ଗବାଡ଼ିରେ ପୁଣି ମାଓ ବ୍ୟାନର୍

ଦାରିଙ୍ଗବାଡ଼ି : ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିରେ ପୁଣି ଆଜି ମାଓ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି। ଗତ ୫ ତାରିଖ ରାତିରେ କିରିକୁଟି ପଞ୍ଚାୟତ କିରିକୁଟି ଓ ପାଟାଙ୍ଗି ଗ୍ରାମରେ ମାଓ ବ୍ୟାନର ଲାଗିଥିଲା। ଏହାର ତିନିଦିନ ପରେ କିରିକୁଟିର ପଞ୍ଚାୟତର ପଡେ଼ାଶୀ ପଞ୍ଚାୟତ ସିମନବାଡ଼ିରେ ମାଓ ବ୍ୟାନର ଲଗାଯାଇଛି। ରାଇକା ରାସ୍ତାରେ ଲଗାଯାଇଥିବା ଏହି ବ୍ୟାନରରେ ମାଓବାଦୀଙ୍କ ପ୍ରତିରୋଧ ସପ୍ତାହ ଡିସେମ୍ବର ୬ରୁ ୧୨ତାରିଖ ଯାଏ ପାଳନ କରିବାକୁ ଆହ୍ବାନ ଦିଆଯାଇଛି। ଏହା ସହ ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ମାଓବାଦୀ), ଓଡ଼ିଶା ରାଜ୍ୟ କମିଟି ଲେଖାଥିବା ଲିଫଲେଟ ମଧୢ ଦେଖିବାକୁ ମିଳିଛି। କିଛି ବର୍ଷ ହେବ ଦାରିଙ୍ଗବାଡ଼ି ବ୍ଲକ ଇଲାକାରେ ମାଓବାଦୀଙ୍କ ଗତିବିଧି କମିଥିଲା। ହେଲେ ଗତ ୫ତାରିଖ ଠାରୁ ମାଓବାଦୀଙ୍କ ଲାଲ ବ୍ୟାନର ପରିବର୍ତ୍ତେ କଳା ବ୍ୟାନର ଲାଗିବା ଦେଖିବା ପରେ ସେମାନଙ୍କ ଗତିବିଧି ପୁଣି ଆରମ୍ଭ ହୋଇସାରିଥିବା ଚର୍ଚ୍ଚା ଜୋର୍ ଧରିଛି।

ସମ୍ବନ୍ଧିତ ଖବର