ବିଚ୍ଛିନ୍ନାଞ୍ଚଳ, ଦାରିଙ୍ଗିବାଡ଼ିରେ ମାଓ ପୋଷ୍ଟର

ମାଲକାନଗିରି/ଦାରିଙ୍ଗିବାଡ଼ି : ମାଲକାନଗିରି ଜିଲ୍ଲା ସ୍ବାଭିମାନ ଅଂଚଳରେ ପିଏଲ୍‌ଜିଏ ସପ୍ତାହ ପାଳନ ନେଇ ପୋଷ୍ଟର୍‌ ମରାଯାଇଛି। ଏଥିରେ ସରକାର ବଡ଼ବଡ଼ ନଦୀବନ୍ଧ ନିର୍ମାଣ କରି ଲୋକଙ୍କୁ ବାସହରା କରିବା ସହ ବିସ୍ଥାପିତ କରିବାକୁ ଚାହୁଁଛନ୍ତି ବୋଲି ଉଲ୍ଲେଖ କରାଯାଇଛି। ଆହୁରି ମଧ୍ୟ କୁହାଯାଇଛି ଯେ- ଜଳ, ଜଂଗଲ, ଜମି କେବଳ ଆଦିବାସୀଙ୍କର, ଏହାକୁ କେହି ଛଡ଼ାଇ ନେଇପାରିବେ ନାହିଁ । ଏଥିସହିତ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ସଂପତ୍ତିକୁ ବିଦେଶୀଙ୍କ ହାତରେ ଟେକି ଦେବାକୁ ଚାହୁଁଛନ୍ତି। ତେଣୁ ଜନତା ଏକ ହୋଇ ପିଏଲ୍‌ଜିଏକୁ ସମର୍ଥନ କରିବା ସହ ଏଥିରେ ସାମିଲ ହେବାକୁ ଆହ୍ବାନ କରାଯାଇଛି। ସେହିଭଳି, କନ୍ଧମାଳରେ ଏବେ ମାଓ ବିରୋଧୀ ଓ ଏହାର ପ୍ରତିରୋଧରେ ମାଓ ସମର୍ଥିତ ପୋଷ୍ଟର୍, ବ୍ୟାନର୍ ଯୁଦ୍ଧ ଚାଲିଛି। ଆଜି ସକାଳୁ ଦାରିଙ୍ଗବାଡ଼ି ବ୍ଲକ କିରିକୁଟି ପଞ୍ଚାୟତରେ ଦେଖିବାକୁ ମିଳିଛି ମାଓ ବ୍ୟାନର ା ରାସ୍ତା କଡ଼ରେ ଟଙ୍ଗା ହୋଇଥିବା ଏକ କଳା ବ୍ୟାନରରେ ମାଓବାଦୀଙ୍କ ଆଡୁ ପ୍ରତିରୋଧ ସପ୍ତାହ ଡିସେମ୍ବର ୬ରୁ ୧୨ ତାରିଖ ଯାଏ ପାଳନ କରିବାକୁ ଡାକରା ଦିଆଯାଇଛି।

ସମ୍ବନ୍ଧିତ ଖବର