ଗ˚ଜେଇ ଚାଷ ସପକ୍ଷରେ ମାଓ ପୋଷ୍ଟର, ଲିଫ୍‌ଲେଟ : ଚଢ଼ଉ କଲେ ଅଧିକାରୀଙ୍କୁ ଆକ୍ରମଣ!

ଫୁଲବାଣୀ : କନ୍ଧମାଳରୁ ଗ˚ଜେଇ ଚାଷ ଲୋପ ପାଇଁ ପ୍ରଶାସନ ଓ ପୁଲିସ ରଣନୀତି ପ୍ରସ୍ତୁତ କରୁଛି। ପଞ୍ଚାୟତ ଜନ ପ୍ରତିନିଧିଙ୍କ ସହଯୋଗ ଲୋଡୁଥିବା ବେଳେ ସେପଟେ ଗ˚ଜେଇ ଚାଷ ସପକ୍ଷରେ ଗୋଛାପଡ଼ା ଥାନା ଅଞ୍ଚଳରେ ମାଓବାଦୀ ପୋଷ୍ଟର ମାରିବା ଓ ବିଭିନ୍ନ ସ୍ଥାନରେ ଛପା ଲିଫଲେଟ୍ ଫିଙ୍ଗିବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି। ରୋଜଗାର, ଜମି ଓ ଜଙ୍ଗଲ ଅଧିକାର ମିଳୁନାହିଁ। ମୌଳିକ ସୁବିଧା ଯୋଗାଇ ଦିଆଯାଉ ନାହିଁ। ଏହା ଫଳରେ ଲୋକମାନେ ଗ˚ଜେଇ ଚାଷ କରୁଛନ୍ତି। ଏସବୁ ସୁବିଧା ପ୍ରଥମେ ଯୋଗାଇ ଦିଅ ତାପରେ ଗ˚ଜେଇ ଗଛ କାଟ। ନ ହେଲେ ଗ˚ଜେଇ ଗଛ କାଟିବାକୁ ଓ ଚଢ଼ାଉ ପାଇଁ ଆସୁଥିବା ଅଧିକାରୀ ଓ କର୍ମଚାରୀଙ୍କୁ ଆକ୍ରମଣ କର ବୋଲି ଲୋକଙ୍କୁ ମୋଷ୍ଟର ଲିଫଲେଟରେ ଆହ୍ବାନ ଦେଇଛି କେକେବିଏନ ଡିଭିଜନାଲ କମିଟି ମାଓ ସ˚ଗଠନ। ଆଜି ଏଭଳି ପୋଷ୍ଟର ଗୋଛାପଡା ଥାନା ନିକଟ ଫରେଷ୍ଟ ଅଫିସ, ବଜାରରେ ମରା ଯାଇଥିବା ଦେଖିବାକୁ ମିଳିଛି। ତେବେ, ଏହା ପ୍ରକୃତରେ ମାଓବାଦୀଙ୍କ କାମ ନା, ପ୍ରଶାସନ ଓ ପୁଲିସକୁ ଚକ୍‌ମା ଦେବା ପାଇଁ ଗ˚ଜେଇ ମାଫିଆଙ୍କ ଯୋଜନା, ସେ ନେଇ ପୁଲିସ ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର