କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅଧୀନ ଖମନଖୋଲରେ ମାଓ ପୋଷ୍ଟର

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅଧୀନ ଖମନଖୋଲ ଛକ ଓ ଅନ୍ୟ ସ୍ଥାନରେ ଆଜି ମାଓ ପୋଷ୍ଟର୍ ଦେଖିବାକୁ ମିଳିଛି। ଗଛରେ ଲଗାଯାଇଥିବା ଏହି ଡିଟିପି ପୋଷ୍ଟରରେ ସିପିଆଇ (ମାଓବାଦୀ) କେକେବିଏନ୍‌ ଡିଭିଜନ କମିଟିର ନାମ ଉଲ୍ଲେଖ କରାଯାଇଛି। ସେହିପରି ସିଆର୍‌ପିଏଫ୍‌ କ୍ୟାମ୍ପର ମାତ୍ର କିଛି ଦୂରରେ ବି ଏହି ପୋଷ୍ଟର ଲାଗିଛି। ପୋଷ୍ଟରରେ ମାଓବାଦୀମାନେ ପୁଲିସକୁ ଟ‌ାର୍ଗେଟ କରିଛନ୍ତି। ୩୧୯ ଗ୍ରାମକୁ ରାସ୍ତା ନ ଥିବା, ମହିଳା ହିଂସା ବୃଦ୍ଧି, ପ୍ରାଥମିକ ଶିକ୍ଷା, ମଧ୍ୟାହ୍ନ ଭୋଜନରେ ହେରଫେର ବିଷୟରେ ଲେଖାଯାଇଥିବା ସହ ମହାପ୍ରୟାଣ ଯୋଜନା ବାଟବଣା ଯୋଗୁଁ ଜନସାଧାରଣ ବାରମ୍ବାର ହଟହଟା ହେଉଥିବା କୁହାଯାଇଛି। ସେହିପରି ଯେ‌ତେ ପର୍ଯ୍ୟନ୍ତ ସମାଜରେ ଗରିବଙ୍କୁ ଶୋଷଣ ଓ ଅବହେଳା କରାଯାଉଛି ସେ ପର୍ଯ୍ୟନ୍ତ ଅସ୍ତ୍ର ଛାଡ଼ିବା ଅସମ୍ଭବ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି।

ସମ୍ବନ୍ଧିତ ଖବର