ରାୟଗଡା ଓ କଳାହାଣ୍ଡି ସୀମାନ୍ତରେ ମାଓପୋଷ୍ଟର 

କଲ୍ୟାଣସିଂହପୁର : ରାୟଗଡା ଓ କଳାହାଣ୍ଡି ଜିଲ୍ଲା ସୀମାନ୍ତ ତ୍ରିଲୋଚନପୁର ଗ୍ରାମର ଏକ ବରଗଛରେ ସିପିଆଇ ମାଓବାଦୀ ବାଶଧାରା ଘୁମୁସୁର ନାଗାବଳୀ ଡିଭିଜନ ପକ୍ଷର ପୋଷ୍ଟର ମାଧ୍ୟମରେ ନିୟମଗିରି ଦଲାଲଙ୍କୁ ବିରୋଧ କରିବାକୁ ଆହ୍ଵାନ ଦିଆଯାଇଛି। ନିୟମଗିରି ଉପରେ ଦୀର୍ଘ ପନ୍ଦର ବର୍ଷ ଧରି ବେଦାନ୍ତ କଂପାନିର ଲୋଲୁପ ଦୃଷ୍ଟି ପଡିଛି। କିନ୍ତୁ ସରକାର ଓ କଂପାନି ଦଲାଲ ନିୟମଗିରିକୁ ସୁରକ୍ଷା ଦେଉଥିବା ଡଙ୍ଗରିଆ, ଝରଣିଆ ଓ ହରିଜନମାନଙ୍କ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ଚକ୍ରାନ୍ତ ଚଲାଇଥିବା ଉଦ୍ୟମକାରୀଙ୍କୁ ଅଞ୍ଚଳରେ ପୂରାଇ ନଦେବାକୁ ଉକ୍ତ ପୋଷ୍ଟରରେ ଉଲ୍ଲେଖ ରହିଛି। ଅତୀତରେ ଆନ୍ଦୋଳନର ନେତା ଥିବା ଜିତୁ ନିୟମଗିରିକୁ କଂପାନିକୁ ବିକ୍ରୀ କରିଦେବାକୁ ଦଲାଲି କରିଆସୁଛି ଓ ଆଉ କିଛି ଲୋକଙ୍କୁ ଦଲାଲି କରି ଆନ୍ଦୋଳନ କରିଆସୁଛି। ଏପରି ଆନ୍ଦୋଳନରେ ଥିବା ପୂର୍ଣ୍ଣ, ହରିବନ୍ଧୁ, ତେଲା, ବଳି, ନେପାଳଧନିଆ ବୁଡା, ବାବୁଲା, ଗଣେଶ ଓ ଚୌକିଦାର କ୍ଷେତ୍ର, ଖଣ୍ଡି, ମହେନ୍ଦ୍ର ଓ ରାଜୁ ପୋଲିସ ଓ କଂପାନିର ଦଲାଲ ରୂପେ କାର୍ଯ୍ୟ କରୁଥିବାରୁ ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କୁ ଜନ ଅଦାଲତରେ ଦଣ୍ଡିତ କରାଯାଇଥିଲା। ବର୍ତ୍ତମାନ ସୁଧାରିବା ବଦଳରେ ଆନ୍ଦୋଳନକୁ ବିରୋଧ କରୁଛନ୍ତି। ଦଲାଲ ଓ ସରକାରଙ୍କୁ ବିରୋଧ କରି ନିୟମଗିରିରେ ଆରପିସି ଗଠନ କରନ୍ତୁ ବୋଲି ଏହି ପୋଷ୍ଟରରେ ଉଲ୍ଲେଖ ରହିଛି।

ସମ୍ବନ୍ଧିତ ଖବର