ବୈପାରିଗୁଡ଼ାରେ ମାଓ ପୋଷ୍ଟର

ବୈପାରିଗୁଡା : ବୈପାରିଗୁଡା ଥାନା ଅନ୍ତର୍ଗତ କାଳିଆଝୋଲି ଗାଁରେ ଗତକାଲି ମାଓବାଦୀ ପୋଷ୍ଟର ମାରିଥିବା ବେଳେ ଆଜି ପୁଣି ସିନ୍ଧିଗାଁ ଛକ, ଗୁପ୍ତେଶ୍ୱର ଯିବା ରାସ୍ତା କଡ ଓ ପାଣ୍ଡକାଖାରି ନିକଟରେ ପୋଷ୍ଟର ମାରିଥିିବା ଦେଖିବାକୁ ମିଳିଛି। ପ୍ରତ୍ୟେକ ବ୍ୟାନରରେ ଗତକାଲି କାଲିଆଝୋଲି ପୋଷ୍ଟରରେ ଉଲ୍ଲେଖ ରହିଥିବା ଦଶ ଜଣଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ ବୋଲି ଚେତାବନୀ ଦିଆଯାଇଛି। ସେଥିମଧ୍ୟରେ ୫ଜଣ ଯୁବକ ଓ ୫ଜଣ ଠିକାଦାର ରହିଥିବା ଜଣାପଡିଛି। ତେବେ ବୈପାରିଗୁଡା ଅଂଚଳର କିଛି ବଡ଼ ବ୍ୟବସାୟୀ ଓ ରାଜନେତାଙ୍କୁ ମାରିବା ନେଇ ଉଲ୍ଲେଖ କରାଯାଇଥିବା ଜଣାପଡିଛି। ବୈପାରିଗୁଡା ଠାରେ କିଛିଦିନ ହେବ ମାଓବାଦୀ ମାନଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଉଥିବାରୁ ଲୋକେ ଆତଙ୍କିତ ହୋଇପଡିଛନ୍ତି।

ସମ୍ବନ୍ଧିତ ଖବର