ସାତକୋଶିଆରେ ମାଓବାଦୀ ବୈଠକ!

ପାଇକସାହି : ସାତକୋଶିଆ ଅଭୟାରଣ୍ୟର ପୁରୁଣାକୋଟ ଥାନା ଅଧୀନ ସାଲର ଗ୍ରାମରେ ମାଓବାଦୀଙ୍କ ଉପସ୍ଥିତି ନେଇ ବ୍ୟାପକ ଆଲୋଚନା ହେଉଛି। ମାଓବାଦୀମାନେ ସେଠାରେ ଗତକାଲି ରାତି ପ୍ରାୟ ୮ଟା ବେଳେ ବୈଠକ କରିବା ସହ ଗ୍ରାମବାସୀଙ୍କଠାରୁ ଖାଦ୍ୟ ପଦାର୍ଥ ସହ ଘର ପିଛା ନଗଦ ଅର୍ଥ ନେଇଥିବା ମଧ୍ୟ ଚର୍ଚା ହେଉଛି। ପୂର୍ବରୁ ଏଭଳି ଘଟଣା ଏଠାରେ ଘଟିଛି। ଏ ନେଇ ଖବର ପୁରୁଣାକୋଟ ଥାନାରେ ପହଞ୍ଚିବା ପରେ ପୁଲିସ ଆଜି ସାଲର ଗ୍ରାମକୁ ଯାଇ ତଦନ୍ତ କରିଥିଲା। ହେଲେ ମାଓବାଦୀଙ୍କ ସମ୍ବନ୍ଧରେ କୌଣସି ତଥ୍ୟ, ପ୍ରମାଣ ଯୋଗାଡ଼ କରିପାରି ନାହିଁ। ଅନ୍ୟପକ୍ଷରେ ମାଓବାଦୀଙ୍କୁ ନେଇ ସାଲର ଗ୍ରାମ ଓ ଆଖପାଖ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି।

ସମ୍ବନ୍ଧିତ ଖବର