ମାଓ ମିଲିସିଆ ଗିରଫ, ବନ୍ଧୁକ ଓ ମାଓ ପୋଷ୍ଟର ଜବତ

ତୁମୁଡ଼ିବନ୍ଧ : ଏସ୍‌ଓଜି ବାହିନୀ ପକ୍ଷରୁ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା କୁର୍ତ୍ତମଗଡ଼ ଜଙ୍ଗଲରେ କମ୍ବିଂ ଅପରେସନ୍‌ ବେଳେ ଜଣେ ମାଓ ମିଲିସିଆ ଗିରଫ ହୋଇଛନ୍ତି। ତାଙ୍କ ଠାରୁ ଏକ ବନ୍ଧୁକ, ମାଓ ପୋଷ୍ଟର ଓ ବ୍ୟାନର ଜବତ ହୋଇଛି। ଏନେଇ ତୁମୁଡ଼ିବନ୍ଧ ଥାନା କେସ୍‌ ନଂ ୫୧/୨୦୧୭ ପ୍ରକାରେ ଦଫା ୧୪୩/୧୪୯/୩୪୧/୧୨୦-(ଖ)/୧୨୧-ଏ/୧୨(କ) ଆଇପିସିରେଏକ ମାମଲା ରୁଜ୍ଜୁ ହୋଇଛି ବୋଲି ପୁଲିସ କହିଛି। ଗିରଫ ମାଓ ମିଲିସିଆ ମଣ୍ଟୁ ଦିଗାଳଙ୍କ ଘର ଦାରିଙ୍ଗବାଡ଼ି ଥାନା ବାଲିଗାଡ଼ା ବୋଲି ଜଣାପଡ଼ିଛି।

କନ୍ଧମାଳ ଜିଲ୍ଲାରେ ମାଓବାଦୀଙ୍କ ଗତିବିଧି ଦିନକୁ ଦିନ ବଢ଼ୁଛି। କନ୍ଧମାଳରେ ଏବେ ନୂଆ ମାଓ ଡିଭିଜନ କେକେବିଏନ୍‌ ଗ୍ରୁପ୍‌ ସକ୍ରିୟ ଅଛି। ଏହି ଗ୍ରୁପକୁ ପରିଚାଳନା କରୁଛି କେନ୍ଦ୍ରୀୟ ସିପିଆଇ ମାଓବାଦୀ ସଂଗଠନର ଜୋନାଲ କମିଟି ଏବଂ ପଡ଼ୋଶୀ ରାୟଗଡ଼ା ଅଞ୍ଚଳରେ କାର୍ଯ୍ୟ କରୁଥିବା ବାଶଦାରା-ଘୁମୁସର-ନାଗାବଳୀ(ବିଜିଏନ୍‌) ଡିଭିଜନ୍‌। ଗତ ଅକ୍ଟୋବର ୧୬ ତାରିଖ ଦିନ କୋଟଗଡ଼ ଥାନା ଦୁର୍ଗାପାଙ୍ଗାର ଜଣେ ଗାଁ ସାଥୀଙ୍କୁ ଘରୁ ଉଠାଇ ନେଇ ଗୁଳି କରି ହତ୍ୟା କରିଥିଲେ। ଏହାର ୪ ଦିନ ପରେ ତୁମୁଡ଼ିବନ୍ଧ-ବାଲିଗୁଡ଼ା ରାସ୍ତାରେ ଗଛ କାଟି ରାସ୍ତା ଅବରୋଧ କରିବା ସହ ବନ୍ଦ ସଫଳ କରିବା ପାଇଁ ବ୍ୟାନର୍‌ ଟାଙ୍ଗିଥିଲେ।

ସମ୍ବନ୍ଧିତ ଖବର