ଦୋକାନୀଙ୍କୁ ହତ୍ୟା କଲେ ମାଓବାଦୀ!

ପାଇକମାଳ/ବରଗଡ଼ : ବରଗଡ଼ ଜିଲ୍ଲା ପାଇକମାଳ ଥାନା ଠାରୁ ମାତ୍ର ୩ କିଲୋମିଟର ଦୂରରେ ଥିବା ସାଲେପାଲି ଗାଁରୁ ଜଣେ ପାନ ଦୋକାନୀଙ୍କୁ ମାଓବାଦୀ ଅପହରଣ କରି ନେଇ ହତ୍ୟା କରିଥିବା ଥିବା ଖବର ମିଳିଛି। ବିଶ୍ୱସ୍ତ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ଶନିବାର ରାତି ପ୍ରାୟ ସାଢ଼େ ୮ଟା ବେଳେ କିଛି ମାଓବାଦୀ ସାଲେପାଲି ଗାଁକୁ ଆସିଥିଲେ। ସେଠାରେ ପାନ ଦୋକାନ କରିଥିବା ବିଜୟ ସାହୁ (୩୪)ଙ୍କୁ ଅପହରଣ କରି ନେଇଥିଲେ। ଏହା ପରେ ତାଙ୍କୁ ନିକଟସ୍ଥ ଜଂଗଲକୁ ନେଇ ନିର୍ମମ ଭାବେ ହତ୍ୟା କରିଥିଲେ। ବିଜୟଙ୍କ ଦୋକାନ ସମ୍ମୁଖରେ ମାଓବାଦୀମାନେ ୩ ରାଉଣ୍ଡ ଫାଙ୍କା ଗୁଳି ଚଳାଇଥିବା ମଧ୍ୟ କୁହାଯାଉଛି।

ସମ୍ବନ୍ଧିତ ଖବର