ପୁରୀ: ମେ ୩ ତାରିଖରେ ଓଡ଼ିଶାରେ ମାଡ ହୋଇଥିଲା ବାତ୍ୟା ଫନି । ପ୍ରଳୟଙ୍କାରୀ ବାତ୍ୟା ଫନିର କରାଳ ରୂପ ପୁରୀର ମେରାଇନ ଡ୍ରାଇଭକୁ ଉଜାଡି ଦେଇଥିଲା । କେଇ ମୁହୂର୍ତ୍ତ ମଧ୍ୟରେ ପୂରା ଖିନଭିନ୍ ହୋଇଯାଇଥିଲା ବାଲୁଖଣ୍ଡ ବନାଂଚଳ । ଫନିର କରାଳ ରୂପ ଏତେ ଭୟଙ୍କର ଥିଲା ଯେ ଯୁଆଡେ ଦେଖିଲେ ଖାଲି ଉଜୁଡା ଜଙ୍ଗଲର ଦୃଶ୍ୟ ଦେଖିବାକୁ ମିଳିଥିଲା । ‘ଫନି’ ପ୍ରହାରରେ ଧ୍ବସ୍ତବିଧ୍ବସ୍ତ ହୋଇଯାଇଥିଲା ରାଜ୍ୟର ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର । ଉଜୁଡ଼ି ଯାଇଥିଲା ସୌନ୍ଦର୍ଯ୍ୟ। ମାତ୍ର କିଛି ସୁଦୂରପ୍ରସାରୀ ଯୋଜନା ପାଇଁ ପୂର୍ବ ସୌନ୍ଦର୍ଯ୍ୟ ଫେରିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ନୀଳ ନକ୍ସା ଆଙ୍କି ପର୍ଯ୍ୟଟନକୁ ଆଉ ପାଦେ ଆଗକୁ ନେବାକୁ ଅଣ୍ଟା ଭିଡ଼ିଛନ୍ତି ସରକାର। ଅସୁନ୍ଦର ମେରାଇନ ଡ୍ରାଇଭ ଏବେ ପୁଣି ଥରେ ହସି ଉଠିଛି | ଲୋକଙ୍କ ସହଯୋଗ ସାଙ୍ଗକୁ ସରକାରଙ୍କ କିଛି ପ୍ରୟାସ ଏବେ ପୁଣି ସେହି ପୁରୁଣା ରୂପକୁ ଫେରାଇଦେଇଛି | ଆଜି ମେରାଇନ ଡ୍ରାଇଭର ଏକ ଫଟୋକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟରରେ ସେୟାର କରିଛନ୍ତି |
No cyclone, no hurricane can stop #Odisha. The spirit of resilience of people of #Odisha has always put us back on track. #CycloneFani devastated #MarineDrive regaining its famed green cover in a short span is a salute to this spirit of our resilience. pic.twitter.com/EDUUhPuZWp
— Naveen Patnaik (@Naveen_Odisha) January 7, 2020
ନବୀନ ଲେଖିଛନ୍ତି ଯେ କୌଣସି ବି ଝଡ ବା ବାତ୍ୟା ଓଡିଶାକୁ ଅଟକାଇପାରିବନାହିଁ | ଓଡ଼ିଶାବାସୀଙ୍କର ଝଡ଼କୁ ସମ୍ମୁଖୀନ କରିବାର ଅଦମ୍ୟ ସାହସ ଆମକୁ କାମ କରିବାକୁ ସବୁବେଳେ ପ୍ରୋତ୍ସାହନ ଦେଇଛି | ସବୁଜ ସୁନ୍ଦର ମେରାଇନ ଡ୍ରାଇଭ କମ ସମୟରେ ପୁଣି ଥରେ ସେହି ରୂପକୁ ଫେରିପାଉଛି | ଏହା ହେଉଛି ସେହି ଝଡକୁ ସମ୍ମୁଖୀନ କରିବାର ଏକ ଜ୍ୱଳନ୍ତ ଉଦାହରଣ।