୧୨ ବର୍ଷ ପରେ ଗାଁକୁ ଫେରିଲେ ମରିୟମ

ନୂଆଦିଲ୍ଲୀ : ଦିଲ୍ଲୀରେ ୧୨ ବର୍ଷ ତଳେ ନିଖୋଜ ହୋଇଥିବା ସୁନ୍ଦରଗଡ଼ ଜିଲ୍ଲା ବାନାଇନତା ଗ୍ରାମର ୫୫ ବର୍ଷୀୟା ଓଡ଼ିଆ ମହିଳା ମରିୟମଙ୍କୁ ତାଙ୍କ ପରିବାର ସଦସ୍ୟମାନେ ଫେରାଇ ଆଣିଛନ୍ତି। ଦିଲ୍ଲୀ ପୁଲିସ ଠାରୁ ଖବର ପାଇ ଗତ ମଙ୍ଗଳବାର ଦିନ ମରିୟମଙ୍କ ଦୁଇଭାଇ ମାରିଆନୁସ୍‌ ଟେଟେ ଓ ଯୋଶେଫ ଜୋଜୋ ଦିଲ୍ଲୀ ଯାଇ ମରିୟମଙ୍କୁ ଚିହ୍ନଟ କରିଥିଲେ। ନବ କିରଣ ହାଫ େଓ୍ଵ ହୋମ୍‌ରେ ଥିବା ମରିୟମଙ୍କୁ ଦୀର୍ଘ ୧୨ ବର୍ଷ ପରେ ଦେଖି ଭାବ ବିହ୍ଵଳ ହୋଇପଡ଼ିଥିଲେ। ମରିୟମଙ୍କୁ ତାଙ୍କ ଗାଁକୁ ଫେରାଇ ନେବାପାଇଁ କୋର୍ଟ ଅନୁମତି ଦେବା ପରେ ଦୁଇ ଭାଇ ତାଙ୍କୁ ସୁନ୍ଦରଗଡ଼ ଜିଲ୍ଳା ବ୍ରଜରାଜନଗରକୁ ଆଣିଛନ୍ତି।

ଉଲ୍ଲେଖଯୋଗ୍ୟ,୧୯୯୮ ରେ ନିଜ ଗାଁର ପାଉଲୁସ ଡାଙ୍ଗ ନାମକ ଏକ ଯୁବକଙ୍କୁ ବିବାହ କରିଥିଲେ। ବିବାହର ୮ ବର୍ଷପରେ ଦୁହେଁ ଦିଲ୍ଲୀ ମୁହାଁ ହୋଇଥିଲେ। ଦିଲ୍ଲୀରେ ରାଜମିସ୍ତ୍ରୀ ଭାବେ କାମ ଆରମ୍ଭ କରିଥିବା ପାଉଲୁସ୍‌ ଜଣେ ଠିକାଦାରଙ୍କ ସହାୟତାରେ ଗୁରୁଗ୍ରାମ ଆସିଥିଲେ। ସେଠାରେ କିଛି ଦିନ କାମ କରିବା ପରେ କାମ ସନ୍ଧାନରେ ଯାଉଛି ବୋଲି କହି କେଉଁ ଆଡେ ଚାଲି ଯାଇଥିଲେ ଯେ,ଆଉ ଫେରି ନାହାନ୍ତି ବୋଲି ମରିୟମ କହିଛନ୍ତି। ଗୁଜୁରାଣ ମେଣ୍ଟାଇବା ପାଇଁ ମରିୟମ ଯାହାଙ୍କ ଘରେ କାମ କରୁବାକୁ ଗଲେ, ସେଠାରେ ନିର୍ଯାତନାର ଶିକାର ହେଲେ। କୌଣସିମତେ ଉକ୍ତ ସ୍ଥାନରୁ ଖସି ଆସିବା ପପରେ ଦିନେ ଦିଲ୍ଲୀ ପୁଲିସ ଅଚେତ ଅବସ୍ଥାରେ ମରିୟମଙ୍କୁ ଉଦ୍ଧାର କରି ନିର୍ମଳା ଛାୟା ନାମକ ଏକ ସ୍ୱଧାର ଗୃହରେ ଭର୍ତ୍ତି କରିଥିଲା। ସେଠାରେ ତାଙ୍କର ମାନସିକ ସ୍ଥିତି ଯାଞ୍ଚ କରାଯାଇଥିଲା।

ସମ୍ବନ୍ଧିତ ଖବର