ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲା ସହିଦ ମନୋରଞ୍ଜନ ଲେଙ୍କାଙ୍କ ମରଶରୀର

ଭୁବନେଶ୍ୱର: ଛତିଶଗଡ଼ ସୁକମା ଜିଲ୍ଲାରେ ମଓବାଦୀଙ୍କ ଆକ୍ରମଣରେ ସହିଦ ହୋଇଥିବା ସିଆରପିଏଫ ଯବାନ ମନୋରଞ୍ଜନ ଲେଙ୍କାଙ୍କ ପାର୍ଥିବ ଶରୀର ଏକ ସ୍ୱତନ୍ତ୍ର ବିମାନ ଯୋଗେ ଅରସି ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିଛି। ସେଠାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ ପରେ ଅର୍ଥ ମନ୍ତ୍ରୀ ଶଶୀଭୂଷଣ ବେହେରା ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସହିଦ ଲେଙ୍କାଙ୍କ ମରଶରୀରରେ ମାଲ୍ୟାର୍ପଣ କରି ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
ସୂଚନା ଯୋଗ୍ୟ ଯେ ସୁକମା ଜିଲ୍ଲାରେ ଲାଗ ଲାଗ ୩ଟି ଆଇଇଡି ବିଷ୍ପୋରଣରେ ଆଣ୍ଟି ଲ୍ୟାଣ୍ଡ ମାଇନ୍‌ସ ଗାଡ଼ି ଧ୍ୱସ୍ତ ବିଧ୍ୱସ୍ତ ହୋଇ ଯାଇଥିଲା। ଏଥିରେ ୯ ଜଣ ଯବାନ ପ୍ରାଣ ହରାଇଥିିଲେ। ପ୍ରାଣ ହରାଇଥିବା ସୁରକ୍ଷା କର୍ମୀଙ୍କ ମଧ୍ୟରେ ଓଡ଼ିଆ ପୁଅ ତଥା ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ରେବଣା ନୂଆଗାଁ ଗ୍ରାମର ମନୋରଞ୍ଜନ ଲେଙ୍କା ସହିଦ ହୋଇଥିଲେ। ଆଜି ଛତିଶଗଡ଼ରୁ ସହିଦ ମନୋରଞ୍ଜନଙ୍କ ମରଶରୀର ତାଙ୍କ ଗାଁ ଅଭିମୁଖେ ଯିବା ପାଇଁ ଏକ ସ୍ୱତନ୍ତ୍ର ବିମାନରେ ଆସି ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ସେଠାରେ ସମ୍ମାନ ପ୍ରଦାନ କରାଯାଇଥିିଲା।

ସମ୍ବନ୍ଧିତ ଖବର