ଗହୀରମଥାରେ ଗଣଅଣ୍ଡାଦାନ : ୫ଦିନରେ ଅଣ୍ଡା ଦେଲେ ୬ ଲକ୍ଷ ଅଲିଭ୍‌ ରିଡ୍‌ଲେ

ରାଜନଗର : ଗହୀରମଥାରେ ବିରଳ ଅଲିଭ୍‌ ରିଡ୍‌ଲେ କଇଁଛ ଅଣ୍ଡାଦାନ ପ୍ରକ୍ରିୟା ଜାରି ରଖିଛନ୍ତି। ୫ ଦିନ ମଧ୍ୟରେ ୫ ଲକ୍ଷ ୭୨ ହଜାର ୮୪୦ ଅଣ୍ଡାଦାନ କରିଥିବା ଜଣାପଡ଼ିଛି।

ଚଳିତ ମାସ ୫ ତାରିଖଠାରୁ ଏହି ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ୫ ତାରିଖରେ ୨୦୦ ଅଲିଭରିଡଲେ ଅଣ୍ଡାଦାନ କରିଥିବାବେଳେ ତାରିଖରେ ୫୬୪୦, ୭ ତାରିଖରେ ୧,୨୮,୦୦୦, ୮ ତାରିଖରେ୨,୧୬,୦୦୦, ୯ ତାରିଖରେ ୨,୨୩,୦୦୦ ଅଣ୍ଡାଦାନ କରିଛନ୍ତି। ଆଜି ସକାଳ ସୁଦ୍ଧା ୫ ଲକ୍ଷ ୭୩ ହଜାର ଅଲିଭରିଡଲେ ଗଣଅଣ୍ଡାଦାନରେ ସାମିଲ ହୋଇଥିବା ବେଳେ ଏହି ପକ୍ରିୟା ଆହୁରି ଦିନେ ଦୁଇ ଦିନ ଜାରିି ରହିବ ବୋଲି ବନବିଭାଗ ସୂତ୍ରରୁ ଜଣାପଡିଛି। ଗଣଅଣ୍ଡାଦାନ ପକ୍ରିୟା ଜାରି ରହିଥିବାରୁ ଚଳିତ ବର୍ଷ ଏକ ବିରଳ ରେକର୍ଡ ସୃଷ୍ଟି ହେବାର ସମ୍ଭାବନା ରହିଛି। ୧୯୯୯ ମହାବାତ୍ୟା ଓ ତା ପରବର୍ଷ ରେକର୍ଡ ସଂଖ୍ୟକ ୭ଲକ୍ଷ ୧୧ ହଜାର ୫ଶହ ଓ ୭ଲକ୍ଷ ୪୦ ହଜାର କଇଁଛ ଗଣଅଣ୍ଡାଦାନ ପକ୍ରିୟାରେ ସାମିଲ ହୋଇଥିଲେ। ତାପରଠାରୁ ଗହୀରମଥାରେ ଅଲିଭ୍‌ରିଡ୍‌ଲେଙ୍କ ଗଣଅଣ୍ଡାଦାନ ପ୍ରକ୍ରିୟା ଆଶାତୀତ ଭାବେ ହ୍ରାସ ପାଇଥିଲା।

୨୦୦୧-୦୨ ମସିହାରେ ମାତ୍ର ୨ ହଜାର, ୨୦୦୨-୦୩ରେ ୭୫ ହଜାର ୩୨, ୨୦୦୩-୦୪ରେ ୨,୩୮,୦୯୧, ୨୦୦୪-୦୫ରେ ୨,୩୬,୦୧୦, ୨୦୦୫-୦୬ରେ ୨,୭୪,୭୯୩, ୨୦୦୬-୦୭ରେ ୧,୪୭,୭୨୬, ୨୦୦୭-୦୮ରେ ୩,୧୨୧ , ୨୦୦୮-୦୯ରେ ୧,୬୭,୨୨୨, ୨୦୦୯-୧୦ରେ ୩,୫୬,୮୯୪, ୨୦୧୧-୧୨ରେ ୧,୬୮,୦୧୧, ୨୦୧୨-୧୩ରେ ୪,୦୮,୩୫୧, ୨୦୧୩-୧୪ରେ ଆଦୌ ହୋଇନଥିବା ବେଳେ ୨୦୧୪-୧୫ରେ ୪,୧୩,୩୩୪ ଓ ୨୦୧୫-୧୬ରେ ୫୧,୯୯୫ ଓ ୨୦୧୬-୧୭ରେ ୬ ଲକ୍ଷ ୩ ହଜାର ୯୬୨ଟି କଇଁଛ ଗଣଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଥିଲେ। ଏହି ସଂଖ୍ୟା ୬ ଲକ୍ଷ ଅତିକ୍ରମ କରି ଗତ ୨୦ ବର୍ଷର ରେକର୍ଡ ଭାଙ୍ଗିବାର ସମ୍ଭାବନା ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର