ମାଟ୍ରିକ ପରୀକ୍ଷାରୁ ଛାତ୍ର ବଂଚିତ ଘଟଣା : ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ

ଫୁଲନଖରା : ମାଟ୍ରିକ ପରୀକ୍ଷାରୁ ବଂଚିତ ଜଣେ ଛାତ୍ର ନ୍ୟାୟ ପାଇଁ ମାନବାଧିକାର କମିସନର ଦ୍ବାରସ୍ଥ ହୋଇଛନ୍ତି। ତାଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ସେ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଦାବି କରିଛନ୍ତି। ସୂଚନା ଅନୁଯାୟୀ ତେଲେଙ୍ଗାପେଣ୍ଠ ନିକଟ ନୂଆପାଟଣା ଗ୍ରାମର ରାଜେଶ ଜେନା ନିୟମାନୁସାରେ ମାଟ୍ରିକ ପରୀକ୍ଷା ଦେବାକୁ ଫର୍ମ ପୂରଣ କରିବା ସହିତ ଆବଶ୍ୟକ ଅର୍ଥ ପୈଠ କରିଥିଲେ। ମାତ୍ର ଅନ୍ୟ ଜଣେ ଛାତ୍ରୀଙ୍କ ପାଇଁ ସ୍କୁଲ କର୍ତ୍ତୃପକ୍ଷ ରାଜେଶଙ୍କ ନାମକୁ କାଟି ଦେଇଥିଲେ। ସମସ୍ତଙ୍କ ଆଡ଼ମିଟ କାର୍ଡ଼ ସ୍କୁଲକୁ ଆସିଥିଲାବେଳେ କେବଳ ରାଜେଶଙ୍କ କାର୍ଡ଼ ପହଞ୍ଚି ନଥିଲା। ଫଳରେ ସେ ମାଟ୍ରିକ ପରୀକ୍ଷା ଦେଇପାରିନଥିଲେ। ଏହି ଘଟଣା ପାଇଁ ତତ୍କାଳୀନ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଆନନ୍ଦଚନ୍ଦ୍ର ପାଲଙ୍କୁ ଦାୟୀ କରି ଅଭିଭାବକ ଓ ସ୍ଥାନୀୟ ଲୋକେ ଜିଲ୍ଲାପାଳ, ଜିଲ୍ଲା ଶିକ୍ଷାଧିକାରୀ, ସଦର ଥାନା ଓ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇବା ସହିତ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ସ୍କୁଲ ଗେଟରେ ତାଲା ପକାଇଥିଲେ। ତେବେ ଜିଲା ଶିକ୍ଷାଧିକାରୀ ସମ୍ପୃକ୍ତ ପ୍ରଧାନ ଶିକ୍ଷକଙ୍କୁ ୩୦ ଦିନ ମଧ୍ୟରେ କାରଣ ଦର୍ଶାଅ ନୋଟିସ ପଠାଇ ଚୁପ ବସିଥିଲେ। ଇତିମଧ୍ୟରେ ଶ୍ରୀ ପାଲଙ୍କ କାର୍ଯ୍ୟକାଳ ଶେଷ ହେବା ସହିତ ସେ ଚାକିରିରୁ ଅବସର ଗ୍ରହଣ କରିବାରେ ସଫଳ ହୋଇଥିଲେ।

ସମ୍ବନ୍ଧିତ ଖବର