ମାଟ୍ରିକ୍‌ ପରୀକ୍ଷା ପ୍ରସ୍ତୁତି : ଆଜିଠୁ ସେଣ୍ଟର ସୁପରିଟେଣ୍ତେଣ୍ଟ, ନୋଡାଲ ଇନ୍‌-ଚାର୍ଜଙ୍କ ଓରିଏଣ୍ଟେସନ ପ୍ରୋଗ୍ରାମ୍‌

କଟକ : ମାଧୢମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଆସନ୍ତା ୨୨ତାରିଖରୁ ଆରମ୍ଭ ହେଉଥିବା ମାଟ୍ରିକ୍‌(ରେଗୁଲାର, ଏକ୍ସରେଗୁଲାର) ସମେତ ସ˚ସ୍କୃତ ଟୋଲ (ମଧୢମା) ଓ ଷ୍ଟେଟ୍‌ ଓପନ୍‌ ସ୍କୁଲ ପରୀକ୍ଷା ପାଇଁ ସେଣ୍ଟର ସୁପରିଟେଣ୍ତେଣ୍ଟ, ନୋଡାଲ ଇନ୍‌-ଚାର୍ଜ, ସେଣ୍ଟର ସୁପରଭାଇଜର, ଚେକ୍‌ର, ମେକରଙ୍କୁ ନେଇ ଓରିଏଣ୍ଟଟେସନ୍‌ ପ୍ରୋଗ୍ରାମ ଫେବ୍ରୁଆରୀ ୫ତାରିଖରୁ ଆରମ୍ଭ ହେବ। ଏହି କାର୍ଯ୍ୟକ୍ରମ ପ୍ରଥମେ ବୋର୍ଡର ବିଭିନ୍ନ ଜୋନ୍‌ରେ ଓ ପରେ ଜିଲ୍ଲାସ୍ତରରେ କରାଯିବାକୁ ବୋର୍ଡ ପକ୍ଷରୁ କାର୍ଯ୍ୟସୂଚୀ ପ୍ରସ୍ତୁତି ହୋଇଛି। ଏଥିରେ ମାଟ୍ରିକ୍‌ ପରୀକ୍ଷାର ନୂତନ ବ୍ୟବସ୍ଥା ବିଷୟରେ ପ୍ରଶିକ୍ଷଣ ଦିଆଯିବା ସହିତ ଆସନ୍ତା ମାଟ୍ରିକ୍‌ ପରୀକ୍ଷାକୁ ସ୍ବଚ୍ଛ ଓ ଶୃଙ୍ଖଳିତ କରିବା ଦିଗରେ ବୋର୍ଡ ପକ୍ଷରୁ ଜାରି ହୋଇଥିବା ୧୭ପଏଣ୍ଟ ବିଶିଷ୍ଟ ମଡେଲ୍‌ ଗାଇଡ୍‌ଲାଇନ୍‌ ବିଷୟରେ ଅବଗତ କରାଯିବ। ଏହି ଓରିଏଣ୍ଟେଟେସନ୍‌ ପ୍ରୋଗ୍ରାମ ଫେବ୍ରୁଆରି ୫ତାରିଖରେ ସମ୍ବଲପୁର ଜୋନ୍‌ର ସିଏସ୍‌ବି ଜିଲ୍ଲା ସ୍କୁଲରେ, ୭ତାରିଖରେ ବାଲେଶ୍ବର ଜୋନ୍‌ର ବାଲେଶ୍ବର ଜିଲ୍ଲା ସ୍କୁଲରେ, ୮ରେ କଟକ କେନ୍ଦ୍ରୀୟ କାର୍ଯ୍ୟାଳୟ ଅନ୍ତର୍ଗତ ସେକେଣ୍ତାରି ବୋର୍ଡ ହାଇସ୍କୁଲରେ, ୧୧ରେ ଭୁବନେଶ୍ବର ଜୋନ୍‌ର କ୍ୟାପିଟାଲ ହାଇସ୍କୁଲରେ, ୧୨ରେ ବ୍ରହ୍ମପୁର ଓ ଜୟପୁର ଜୋନ୍‌ର ଭିଭି ଗିରି ସରକାରୀ ଏସ୍‌ଟି ବାଳିକା ହାଇସ୍କୁଲ(ବ୍ରହ୍ମପୁର)ରେ ଅନୁଷ୍ଠିତ ହେବ। ଏଠାରେ ପ୍ରଶିକ୍ଷଣ ନେଇଥିବା ଅଧିକାରୀମାନେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏହି ଶିବିର ପରିଚାଳନା କରିବେ। ବୋର୍ଡର ନିଜସ୍ବ େଵବ୍‌ସାଇଟ୍‌ www.bseodisha.ac.in ରେ ସମସ୍ତ ସ୍କୁଲ ଓ ପରୀକ୍ଷା କେନ୍ଦ୍ର ସ˚କ୍ରାନ୍ତୀୟ ସମସ୍ତ ସୂଚନା ଉପଲବ୍ଧ ହେଉଛି। ପ୍ରତି ସ୍କୁଲ ସେମାନଙ୍କ ସ୍କୁଲ କୋର୍ଡ ବା ପାସ୍‌ଵାର୍ଡ ବ୍ୟବହାର କରି କେଉଁ ସ୍କୁଲରେ କେତେ ପିଲା ପରୀକ୍ଷା ଦେବେ, ଏହା ପରୀକ୍ଷା କେନ୍ଦ୍ର, ନେଡାଲ ସେଣ୍ଟର ହୋଇଛି କି ନାହିଁ ଆଦି ପରୀକ୍ଷା ସ˚କ୍ରାନ୍ତୀୟ ସମସ୍ତ ସୂଚନା ଡାଉନ୍‌ଲୋଡ କରିବାକୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର