ମାଟ୍ରିକ୍‌ ପ୍ରଶ୍ନପତ୍ର ଲିକ୍‌ ନେଇ ଚର୍ଚ୍ଚା

 

ଭୁବନେଶ୍ୱର: ଆଜି ମାଟ୍ରିକ୍‌ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ପ୍ରଶ୍ନପତ୍ର ଲିକ୍‌ ନେଇ ଏକ ଚର୍ଚ୍ଚା  ଅଭିଭାବକ ମହଲରେ ଚିନ୍ତା ବଢ଼ାଇ ଦେଇଛି। ପ୍ରଶ୍ନପତ୍ର ଲିକ୍‌ ନେଇ ପରୀକ୍ଷାର୍ଥୀମାନେ କୌଣସି ସୂଚନା ପାଇ ନ ଥିଲେ ମଧ୍ୟ ସେମାନଙ୍କ ଅଭିଭାବକମାନେ ଏକ ହ୍ଵାଟ୍ସ ଆପ୍‌  ଫଟୋକୁ ନେଇ  ବେଶ ବିଚଳିତ ହୋଇପଡ଼ିଛନ୍ତି।  କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ୍‌ରେ ମାତୃଭାଷା ଓଡ଼ିଆ ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ନେଇ ହ୍ଵାଟ୍ସ ଆପ୍‌ରେ  ପ୍ରଶ୍ନପତ୍ରର ଏକ ନକଲ ଆସିଥିଲା। ପ୍ରକୃତରେ ଏହି ହ୍ଵାଟ୍ସ ଆପ୍‌ରେ ଆସିଥିବା ପ୍ରଶ୍ନପତ୍ର ଓ ପରୀକ୍ଷାର୍ଥୀମାନେ ଦେଉଥିବା ପ୍ରଶ୍ନପତ୍ର ସମାନ କିମ୍ବା ନାର୍ହିଁ ତାହା ଏ ପର୍ଯ୍ୟନ୍ତ ଜଣାପଡ଼ି ନ ଥିଲେ ମଧ୍ୟ  ଏପରି ଏକ ପ୍ରସଙ୍ଗକୁ ନେଇ ଏବେ ଚର୍ଚ୍ଚା ଯୋର ଧରିଛି। ତେବେ ଏହି ପ୍ରଶ୍ନପତ୍ର କିଏ ପାଇଲା, କିଏ ହ୍ଵାଟ୍ସ ଆପ୍‌ରେ ଏହାକୁ ଅପଲୋଡ଼ କଲା ତାହା ଜଣା ପଡ଼ି ନାହିଁ।

ସମ୍ବନ୍ଧିତ ଖବର