ମାଟ୍ରିକ୍‌ ପରୀକ୍ଷା ଫଳ : ସୁଦୀପ ରଖିଲେ ୬୦୦ରୁ ୫୮୨ ନମ୍ବର

ଭୁବନ: ଢେଙ୍କାନାଳ ଜିଲ୍ଲା ଭୁବନ ହାଇସ୍କୁଲ୍‌ର ଛାତ୍ର ସୁଦୀପ ସୁଦର୍ଶନ ରଣା ଚଳିତ ମାଟ୍ରିକ୍‌ ପରୀକ୍ଷାରେ ୫୮୨ ନମ୍ବର ରଖି କୃତିତ୍ୱ ହାସଲ କରିଛନ୍ତି। ଦୈନିକ ୮ରୁ ୧୦ଘଣ୍ଟା ପାଠ ପଢ଼ୁଥିବା ସୁଦୀପଙ୍କ ନିଷ୍ଠା ଓ କଠିନ ପରିଶ୍ରମ କେବଳ ଭୁବନ ପାଇଁ ନୁହେଁ, ଢେଙ୍କାନାଳ ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣି ଦେଇଛି। ସୁଦୀପ ଶତକଡ଼ା ୯୭ ପ୍ରତିଶତ ନମ୍ବର ରଖିଥିବା ବେଳେ ସଂସ୍କୃତରେ ପାଇଛନ୍ତି ଶହେରୁ ଶହେ। ତାଙ୍କ ବାପା ରଞ୍ଜନ କୁମାର ରଣା ଭୁବନ ହାଇସ୍କୁଲ୍‌ର ବିଜ୍ଞାନ ଶିକ୍ଷକ ଭାବେ ଚାକିରି କରୁଥିବାବେଳେ ମା’ ଭକ୍ତିଲତା ସାହୁ ଗୃହିଣୀ ଅଟନ୍ତି। ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ମଲ୍ଲିକାପୁର ପଞ୍ଚାୟତର ମହାନ୍ତିପାଟଣା ଗ୍ରାମର ସ୍ୱର୍ଗତ ନିତ୍ୟାନନ୍ଦ ରଣା ଓ ହେମଲତା ରଣାଙ୍କର ସୁଦୀପ ନାତି ଅଟନ୍ତି। ସ୍କୁଲ୍‌ ଶିକ୍ଷକ, ଶିକ୍ଷୟିତ୍ରୀ ଓ ବାପା-ମା’ଙ୍କ ପ୍ରେରଣା ଆଜି ତାଙ୍କୁ ଏହି ସଫଳତା ଆଣି ଦେଇଛି ବୋଲି ସୁଦୀପ କୁହନ୍ତି। ‘ ଆଗକୁ ଯୁକ୍ତ ଦୁଇ ବିଜ୍ଞାନ ପଢ଼ିବା ପରେ ଭବିଷ୍ୟତରେ ଜଣେ ବୈଜ୍ଞାନିକ ହେବା ମୋର ସ୍ୱପ୍ନ’ ବୋଲି ସୁଦୀପ କହିଛନ୍ତି।

ସମ୍ବନ୍ଧିତ ଖବର