୨୪ରେ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚିବ ମାଟ୍ରିକ ଛାତ୍ରଛାତ୍ରୀଙ୍କ ମାର୍କସିଟ୍‌

କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପାସ୍‌ ସାର୍ଟିଫିକେଟ୍‌, ମାଇଗ୍ରେସନ୍‌ ସାର୍ଟିଫିକେଟ୍‌, ମାର୍କସିଟ୍‌ ସମେତ ଟାବୁଲେସନ୍‌ ରେଜିଷ୍ଟର ଚଳିତ ମାସ ୨୪ ଓ ୨୫ତାରିଖରେ ବିଭିନ୍ନ ଜିଲ୍ଲାର ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚିବ। ବିଦ୍ୟାଳୟର ମୁଖ୍ୟ କିମ୍ବା ତାଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଅଧିକାରୀ ଛାତ୍ରଛାତ୍ରୀଙ୍କ ମୂଳ ସାର୍ଟିଫିକେଟ୍‌ ସଂଗ୍ରହ କରିବେ। ଏସବୁ ସାର୍ଟିଫିକେଟ୍‌ ଗ୍ରହଣ କରିବା ସମୟରେ ସଂପୃକ୍ତ ବିଦ୍ୟାଳୟର ମୁଖ୍ୟ କିମ୍ବା ସ୍ୱୀକୃତିପ୍ରାପ୍ତ ଅଧିକାରୀ ସମସ୍ତ ସାର୍ଟିଫିକେଟ୍‌କୁ ଭଲ ଭାବରେ ଯାଞ୍ଚ କରିବେ ଓ କୌଣସି ତ୍ରୁଟି ଥିଲେ ତୁରନ୍ତ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟକୁ ଅବଗତ କରିବେ ବୋଲି ବୋର୍ଡର ପରୀକ୍ଷା ନିୟନ୍ତ୍ରକ ଡକ୍ଟର ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି।

ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କ ସାର୍ଟିଫିକେଟ୍‌ ବିତରଣ କେନ୍ଦ୍ର ଭାବେ କଟକ ଜିଲ୍ଲା ପାଇଁ ବୋର୍ଡର କେନ୍ଦ୍ରୀୟ କାର୍ଯର୍୍ୟାଳୟ, ଜଗତସିଂହପୁର ଜିଲ୍ଲା ପାଇଁ ସରକାରୀ ବାଳିକା ବିଦ୍ୟାଳୟ, ଜଗତସିଂହପୁର, କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ରତ୍ନା ହାଇସ୍କୁଲ, ଦୁହୁରିଆ, କେନ୍ଦ୍ରପଡ଼ା, ଯାଜପୁର ଜିଲ୍ଲା ପାଇଁ ଯାଜପୁର ଜିଲ୍ଲା ସ୍କୁଲ, ଅନୁଗୁଳ ଜିଲ୍ଲା ପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ, ଢ଼େଙ୍କାନାଳ ପାଇଁ ବି.ବି.ହାଇସ୍କୁଲ, ଢ଼େଙ୍କାନାଳ, ପୁରୀ ଜିଲ୍ଲା ପାଇଁ ସରକାରୀ ବାଳିକା ହାଇସ୍କୁଲ, ପୁରୀ, ଖୋର୍ଧା ଜିଲ୍ଲା ପାଇଁ ବିଜେବି ହାଇସ୍କୁଲ, ଖୋର୍ଧା, ନୟାଗଡ଼ ଜିଲ୍ଲା ପାଇଁ ବ୍ରଜେନ୍ଦ୍ର ହାଇସ୍କୁଲ, ନୟାଗଡ଼, ବାଲେଶ୍ୱର ପାଇଁ ବାଲେଶ୍ୱର ବୋର୍ଡ ଆଞ୍ଚଳିକ କାର୍ଯ୍ୟାଳୟ, ଭଦ୍ରକ ପାଇଁ ଭଦ୍ରକ ଜିଲ୍ଲା ସ୍କୁଲ, କେନ୍ଦୁଝର ପାଇଁ ଏନ୍‌.ଏସ୍‌.ପୁଲିସ୍‌ ହାଇସ୍କୁଲ, କେନ୍ଦୁଝର, ମୟୁରଭଞ୍ଜ ପାଇଁ ଏମ୍‌.କେ.ସି ହାଇସ୍କୁଲ, ବାରିପଦା, ଗଜପତି ପାଇଁ ଗଜପତି ଡିଇଓ କାର୍ଯ୍ୟାଳୟ, ଗଞ୍ଜାମ ପାଇଁ ବୋର୍ଡର ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ, ବୌଦ୍ଧ ପାଇଁ ବୌଦ୍ଧ ଡ଼ିଇଓ କାର୍ଯ୍ୟାଳୟ, କନ୍ଧମାଳ ପାଇଁ କନ୍ଧମାଳ ଡିଇଓ କାର୍ଯ୍ୟାଳୟ, କଳାହାଣ୍ଡି ପାଇଁ ବି.ଏମ୍‌. ହାଇସ୍କୁଲ, ଭବନୀପାଟଣା, ନୂୂଆପଡ଼ା ପାଇଁ ନ୍ୟାସ୍‌ନାଲ ହାଇସ୍କୁଲ, ନୂଆପଡ଼ା, ବରଗଡ଼ ପାଇଁ ଜର୍ଜ ହାଇସ୍କୁଲ, ବରଗଡ଼, ସମ୍ବଲପୁର ପାଇଁ ବୋର୍ଡର ସମ୍ବଲପୁର ଆଞ୍ଚଳିକ କାର୍ଯ୍ୟାଳୟ, ଦେବଗଡ଼ ପାଇଁ ରାଜା ବାସୁଦେବ ହାଇସ୍କୁଲ, ଦେବଗଡ଼, ଝାରସୁଗୁଡ଼ା ପାଇଁ ସରକାରୀ ବାଳିକା ହାଇସ୍କୁଲ, ଝାରସୁଗୁଡ଼ା, ବଲାଙ୍ଗୀର ପାଇଁ ପି.ଆର୍‌, ହାଇସ୍କୁଲ, ବଲାଙ୍ଗୀର, ସୁବର୍ଣ୍ଣପୁର ପାଇଁ ସରକାରୀ ବାଳିକା ହାଇସ୍କୁଲ, ସୋନପୁର, ସୁନ୍ଦରଗଡ଼ ଜିଲ୍ଲା ପାଇଁ ସରକାରୀ ବାଳିକା ହାଇସ୍କୁଲ, ସୁନ୍ଦରଗଡ଼, କୋରାପୁଟ ଜିଲ୍ଲା ପାଇଁ ବୋର୍ଡର ଜୟପୁରସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ, ମାଲକାନାଗିରି ପାଇଁ ସରକାରୀ ବାଳକ ଉଚ୍ଚବିଦ୍ୟାଳୟ, ମାଲକାନାଗିରି, ନବରଙ୍ଗପୁର ପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ, ରାୟଗଡ଼ା ପାଇଁ ଜିସିଡି ହାଇସ୍କୁଲ, ରାୟଗଡ଼ା ମାର୍କସିଟ୍‌ ବିତରଣ କେନ୍ଦ୍ର ଭାବେ ଚୟନ କରାଯାଇଛି ବୋଲି ପରୀକ୍ଷା ନିୟନ୍ତ୍ରକ ଡକ୍ଟର ମହାନ୍ତି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର