ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା ଜାରି କଲେ ବୋର୍ଡ ସଭାପତି

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା। ଚଳିତ ବର୍ଷ ହେବାକୁ ଥିବା ମାଟ୍ରିକ ପରୀକ୍ଷା ପାଇଁ ଅନଲାଇନରେ ଆଡମିଟ୍‌ କାର୍ଡ ମିଳିବ ବୋଲି ଗୁରୁବାର ବୋର୍ଡ ସଭାପତି ଜାହାନା ଆର ବେଗମ ସୂଚନା ଦେଇଛନ୍ତି । ଆଜି ଦିନ ୨ଟାରୁ ଅନଲାଇନରେ ମାଟ୍ରିକ ଆଡମିଟ୍‌ କାର୍ଡ ଉପଲବ୍ଧ ହେବ । ଏନେଇ ବୋର୍ଡ ପକ୍ଷରୁ ଦିଆଯାଇଥିବା ୱେବସାଇଟ www.bseodisha.ac.inରେ ଉପଲବ୍ଧ ହେବ ଆଡମିଟ୍‌ କାର୍ଡ । ସ୍କୁଲର ପ୍ରଧାନଶିକ୍ଷକ ଅନଲାଇନରୁ ଆଡମିଟ କାର୍ଡ ଡାଉନଲୋଡ କରି ଛାତ୍ରଛାତ୍ରୀଙ୍କୁ ଦେବେ । ଏହାଛଡା ୧୭ତାରିଖରୁ ମଧ୍ୟ ସମସ୍ତ ପରୀକ୍ଷା ସେଣ୍ଟରରେ ଅଫଲାଇନରେ ଆଡମିଟ୍‌ କାର୍ଡ ଉପଲବ୍ଧ ହେବ ।

ଚଳିତ ବର୍ଷ ମୋଟ ୬ ଲକ୍ଷ ୮ହଜାର ୫୩ ଜଣ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେବେ । ସେହିଭଳି ୨୩ଥାନାରେ ନୋଡାଲ ସେଣ୍ଟର କରାଯାଇଛି । ଏହାଛଡା ଚୌଦାର ଓ ଅନୁଗୁଳ ଜେଲରେ ମୋଟ ୬ ଜଣ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେବେ । ଫେବ୍ରୁଆରି ୨୩ରୁ ଆରମ୍ଭ ହେବାକୁ ଥିବା ମାଟ୍ରିକ ପରୀକ୍ଷା ମାର୍ଚ୍ଚ ୮ ତାରିଖରେ ଶେଷ ହେବ।

ସମ୍ବନ୍ଧିତ ଖବର