ଆସନ୍ତା ଜୁଲାଇ ୮ରେ ଆରମ୍ଭ ହେବ ମ୍ୟାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା

ଭୁବନେଶ୍ୱର:ଆସନ୍ତା  ଜୁଲାଇ ୮ ତାରିଖରୁ ମ୍ୟାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ ହୋଇ ଜୁଲାଇ ୧୪ ତାରିଖରେ ପରୀକ୍ଷା ସରିବ ବୋଲି ଗୁରୁବାର ମାଧ୍ୟମିକ ଶିକ୍ଷା ବୋର୍ଡ ସଂପାଦକ ରାମାଶିଷ ହାଜରା ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ମେ’ ୨୧ ତାରିଖରେ ମ୍ୟାଟ୍ରିକ୍‌ ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ଗତ ବର୍ଷ ତୁଳନାରେ ଚଳତ ବର୍ଷ କମ୍‌ ସଂଖ୍ୟକ ଛାତ୍ରଛାତ୍ରୀ ପାସ୍‌ କରିଥିଲେ। ୨୮୯ଟି ହାଇସ୍କୁଲରେ ଶତ ପ୍ରତିଶତ ରେଜଲ୍‌ଟ ହୋଇଥିଲା। ଅପରପକ୍ଷରେ ୮୨ଟି ହାଇସ୍କୁଲରେ କେହି ଜଣେ ବି ପରୀକ୍ଷାର୍ଥୀ ପାସ୍‌ କରି ନଥିଲେ। ଚଳିତ ବର୍ଷ ୫ ଲକ୍ଷ ୬୨ ହଜାର ୨୧୩ଜଣ ପିଲା ପରୀକ୍ଷା ଦେଇଥିଲେ। ଏଥିରେ ୩ ଲକ୍ଷ ୯୭ ହଜାର ୧୨୫ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୨ ଲକ୍ଷ ୫ ହଜାର ୪୭୦ ଛାତ୍ରୀ ଓ ୧ ଲକ୍ଷ ୯୧ ହଜାର ୬୫୫ଜଣ ଛାତ୍ର ପାସ୍‌ କରିଥିଲେ। ଚଳିତ ବର୍ଷ ପାସ୍‌ ହାର ୭୦.୭୮ % ଥିଲା।

ସମ୍ବନ୍ଧିତ ଖବର