ଆସନ୍ତାକାଲି ଏହି ଜିଲ୍ଲାମାନଙ୍କରେ ଛୁଟି ରହିବ ସ୍କୁଲ-କଲେଜ

ଭୁବନେଶ୍ୱର: ଟ୍ରେଡ ୟୁନିୟନ୍‌ର ଡାକରାରେ ମଙ୍ଗଳବାର ଭାରତ ବନ୍ଦ ଅଧିକାଂଶ ସ୍ଥାନରେ ଶାନ୍ତିପୂର୍ଣ୍ଣ ଭାବରେ ପାଳନ ହେବା ଯୋଗୁ ରାଜ୍ୟର ଶିକ୍ଷାନୁଷ୍ଠାନ ଗୁଡ଼ିକ ଛୁଟି ରଖାଯାଇଛି। ବନ୍ଦ ଡାକରା ଯୋଗୁଁ ବୁଧବାର ରାଜ୍ୟର ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ରହିବ ନା ନାହିଁ ସେ ସଂପର୍କରେ ଜିଲ୍ଲାପାଳମାନେ ନିଷ୍ପତ୍ତି ନେବେ ବୋଲି ଜଣାପଡ଼ିଛି।

ରାଜ୍ୟର ଅଧିକାଂଶ ଜିଲ୍ଲାଗୁଡ଼ିକର ସ୍କୁଲ-କଲେଜ ବୁଧବାର ବନ୍ଦ ରହୁଛି। ପ୍ରାପ୍ତ ସୂଚନା ଅନୁସାରେ ସମ୍ବଲପୁର, ପୁରୀ, ଖୋର୍ଦ୍ଧା, ଅନୁଗୁଳ, ବାଲେଶ୍ୱର, ପୁରୀ, ମୟୂରଭଂଜ, କୋରାପୁଟ, ବଲାଙ୍ଗୀର, ଜଗତସିଂହପୁର, ଯାଜପୁର, କନ୍ଧମାଳ, ନୂଆପଡ଼ା, କେନ୍ଦ୍ରାପଡ଼ା, ବରଗଡ଼, ନବରଙ୍ଗପୁର, କଟକ, କେନ୍ଦୁଝର, ସୁନ୍ଦରଗଡ଼ ଆଜି ଜିଲ୍ଲା ଗୁଡ଼ିକର ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ରହିବ।

ସୂଚନା ଅନୁସାରେ ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା ଟ୍ରେଡ ଆନ୍ଦୋଳନ ବୁଧବାର ଦ୍ୱିତୀୟ ଦିନରେ ପହଂଚିବ। ଦ୍ୱିତୀୟ ଦିନରେ ଟ୍ରେଡ ୟୁନିୟନର ପ୍ରଭାବ କେମିତି ରହିବ ଓ ଆନ୍ଦୋଳନର ପରିସ୍ଥିତିକୁ ଦେଖି ଜିଲ୍ଲାପାଳମାନେ ନିଜ ଜିଲ୍ଲାର ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲିବେ ନା ନାହିଁ ନିଷ୍ପତ୍ତି ନେବେ। ଏ ନେଇ ଉଚ୍ଚଶିକ୍ଷା ବିଭାଗ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର