ଏହି ସବୁ ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହିତ କାଳବୈଶାଖୀର ସମ୍ଭାବନା

ଭୁବନେଶ୍ୱର: ରାଜ୍ୟର ୧୨ଟି ଜିଲ୍ଲାରେ ଆଗାମୀ ୨୪ଘଣ୍ଟା ମଧ୍ୟରେ ଘଡ଼ଘଡ଼ ବିଜୁଳି ସହିତ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗକେନ୍ଦ୍ର ଗୁରୁବାର ସତର୍କ ସୂଚନା ଜାରି କରିଛି। ତେଣୁ କେନ୍ଦୁଝର, ମୟୂରଭଞ୍ଜ,ବାଲେଶ୍ୱର, ଭଦ୍ରକ, ଯାଜପୁର,କେନ୍ଦ୍ରାପଡ଼ା, ଜଗତସିଂହପୁର, ଅନୁଗୁଳ, କଟକ, ପୁରୀ, ଖୋର୍ଦ୍ଧା, କନ୍ଧମାଳ ଆଦି ବାସିନ୍ଦାଙ୍କୁ ସତର୍କ ରହିବାକୁ ପାଣିପାଗ ବିଭାଗର ସୂଚନା। ତେଣୁ ଏହି ସମୟର ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି। ସେହିପରି ଉପକୂଳ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଗତକାଲି କେନ୍ଦୁଝର, ଖୋର୍ଦ୍ଧା, ଗଜପତି, ମୟୂରଭଞ୍ଜ, କୋରାପୁଟ,କନ୍ଧମାଳ, ନୟାଗଡ଼, ଢ଼େଙ୍କାନାଳ,କଟକ, ସୁନ୍ଦରଗଡ଼, ଦେଓଗଡ଼, ସମ୍ବଲପୁର ଆଦି ଜିଲ୍ଲାରେ ବର୍ଷା ହୋଇଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଗତକାଲି ଟିଟଲାଗଡ଼ ସର୍ବାଧିକ ତାପମାତ୍ର ୪୦.୫ଡିଗ୍ରୀ ଥିବା ବେଳେ ହୀରାକୁଦରେ ୧୯.୦ଡିଗ୍ରୀ ସର୍ବନିମ୍ନ ତାପମାତ୍ର ରହିଥିଲା। ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ପାଗ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି।

ସମ୍ବନ୍ଧିତ ଖବର