ତାମିଲନାଡୁରୁ ପ୍ରବାସୀଙ୍କୁ ନେଇ ବାରିପଦା ଆସୁଛି ସ୍ୱତନ୍ତ୍ର ଟ୍ରେନ୍, ଲକ୍‌ଡାଉନ ପରଠାରୁ ଜିଲ୍ଲାକୁ ଆସିବ ପ୍ରଥମ ଟ୍ରେନ୍

ବାରିପଦା : ତିରୁନେଲଭେଲି ତାମିଲନାଡୁରୁ ପ୍ରବାସୀ ଶ୍ରମିକମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ଟ୍ରେନ୍ ବାରିପଦା ଅଭିମୁଖେ ଆସୁଛି। ଏହି ସ୍ୱତନ୍ତ୍ର ଟ୍ରେନ୍ ଆସନ୍ତାକାଲି କିମ୍ବା ମଙ୍ଗଳବାର ଦିନ ବାରିପଦାରେ ପହଞ୍ଚିବାନେଇ ପୂର୍ବତଟ ରେଳ ପକ୍ଷରୁ ସୂଚନା ମିଳିଛି। ଏହି ଟ୍ରେନ୍‌ରେ ମୟୂରଭଞ୍ଜ ଜିଲ୍ଲାର ପ୍ରାୟ ୧ହଜାରରୁ ଊର୍ଧ୍ବ ଯାତ୍ରୀ ଆସୁଥିବା ନେଇ ସୂଚନା ମିଳିଛି। ବିଭିନ୍ନ ରାଜ୍ୟରୁ ଆଜି ୧୪ଟି ଏହିପରି ସ୍ୱତନ୍ତ୍ର ଟ୍ରେନ୍ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଆସୁଥିବା ଜଣାପଡ଼ିଛି। ଲକ୍‌ଡାଉନ ପରଠାରୁ ବାରିପଦାକୁ ପ୍ରଥମଥର ପାଇଁ ଏକ ସ୍ୱତନ୍ତ୍ର ଟ୍ରେନ୍ ଆସୁଥିବା ଜଣାପଡ଼ିଛି। ମୟୂରଭଞ୍ଜକୁ ବିଭିନ୍ନ ରାଜ୍ୟରୁ ଫେରିବାକୁ ପ୍ରାୟ ୫୦ହଜାରରୁ ଊର୍ଧ୍ବ ଲୋକ ପଞ୍ଜିକରଣ କରିଛନ୍ତି। ଏଯାବତ୍ ପ୍ରାୟ ୧୧ହଜାରରୁ ଊର୍ଧ୍ବ ପ୍ରବାସୀ ଜିଲ୍ଲାକୁ ଫେରିସାରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର