ମୟୂରଭଞ୍ଜ: ଖେଜୁରି ଓ କାଦୁଆଣି ଗାଁ’ରେ ହାତୀପଲ ଉତ୍ପାତ

ମୟୂରଭଞ୍ଜ: ଶନିବାର ରାତିରେ ବିଜାତଳା ବ୍ଲକ୍‌ ଅନ୍ତର୍ଗତ ଖେଜୁରି ଓ କାଦୁଆଣି ଗ୍ରାମରେ ୨୨ ସରିକି ହାତୀ ପଶି ଉତ୍ପାତ କରିଛନ୍ତି। ହାତୀମାନେ ଖେଜୁରି ଗାଁ’ରେ ୩ ଜଣଙ୍କ ଘର ଏବଂ ପ୍ରାଇମେରି ସ୍କୁଲ୍‌ ଘର ଭାଙ୍ଗିଛନ୍ତି।

କାଦୁଆଣି ଗ୍ରାମରେ ପଶି ଉକ୍ତ ହାତୀମାନେ ୯ ଜଣଙ୍କର ଘର ଭାଙ୍ଗିଛନ୍ତି। ଧାନ ଚାଉଳ ଆଦି ଖାଇବାକୁ ହାତୀମାନେ ଘର ଭାଙ୍ଗୁଥିବା ଜଣାପଡ଼ିଛି। ଖଜୁରିଆ ପ୍ରାଇମେରି ସ୍କୁଲ୍‌ ଘର ଭାଙ୍ଗି ହାତୀ ମଧ୍ୟାହ୍ନ ଭୋଜନ ନିମନ୍ତେ ଗଚ୍ଛିତ ଥିବା ଚାଉଳ ଖାଇ ଯାଇଥିବା ଅଭିଯୋଗ ହୋଇଛି।

ଖବର ପାଇ ରାଇରଙ୍ଗପୁର ବନ ବିଭାଗ ଅଧିକାରୀମାନେ ଆସି କ୍ଷତିଗ୍ରସ୍ତ ଗାଁ’ରେ ପହଞ୍ଚିଛନ୍ତି। ହାତୀ ଉତ୍ପାତ ପୀଡ଼ିତମାନଙ୍କୁ କ୍ଷତି ପୂରଣ ଦିଆଯିବ ବୋଲି ସେମାନେ ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧିତ ଖବର