ଏମ୍‌ବିଏ ଓ ଏମ୍‌ସିଏ ଆବେଦନ ସମୟ ସୀମା ବୃଦ୍ଧି

ଭୁବନେଶ୍ୱର : ଏମବିଏ ଓ ଏମସିଏ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ସମୟ ସୀମାକୁ ବୃଦ୍ଧି କରାଯାଇଛି। ପୂର୍ବରୁ ଆବେଦନର ଶେଷ ତାରିଖ  ଜୁଲାଇ ୬ ତାରିଖ ରଖାଯାଇଥିବା ଏବେ ତାହାକୁ ଜୁଲାଇ ୧୦କୁ ବୃଦ୍ଧି କରାଯାଇଛି। ସେହିପରି ଡିପ୍ଲୋମା ପରୀକ୍ଷା ଫଳ ବିଳମ୍ବରେ ବାହାରିଥିବାରୁ ଲାଟେରାଲ୍‌ ଏଣ୍ଟ୍ରି ବିଟେକ୍‌ ଆବେଦନ ସମୟକୁ ମଧ୍ୟ ଘୁଞ୍ଚାଇ ଦିଆଯାଇଛି। ଲାଟେରାଲ୍‌ ଏଣ୍ଟ୍ରି ବିଟେକ୍‌ ପାଇଁ ଛାତ୍ରଛାତ୍ରୀ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ।

ଓଜେଇଇ ପକ୍ଷରୁ କୁହାଯାଇଛି ଯେ ଏମବିଏ ପଢ଼ିବାକୁ ଆବେଦନ କରିବା ସମୟରେ ଏମସ୍‌ ଟେଷ୍ଟ ଫର ମ୍ୟାନେଜମେଣ୍ଟ ଆଡମିସନ୍ସ୍‌(ଆତ୍ମା) ଓ ମ୍ୟାନେଜମେଣ୍ଟ ଆପ୍ଟିଚ୍ୟୁଡ୍‌ ଟେଷ୍ଟ(ମ୍ୟାଟ୍‌) ର‍୍ୟାଙ୍କଧାରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଫର୍ମ ପୂରଣ ସମୟରେ ଦୁଇ ଜଣ ଆବେଦନକାରୀଙ୍କ ସମାନ ପଞ୍ଜିକରଣ ନମ୍ବର ଥିବାରୁ ସମସ୍ୟା ହେଉଛି। ଏହାର ସମାଧାନ ପାଇଁ ଆବେଦନ ସମୟ ସୀମାକୁ ବୃଦ୍ଧି କରାଯାଇଛି।

ସମ୍ବନ୍ଧିତ ଖବର