କଟକ ବଡମେଡିକାଲରେ ଏମ୍‌ସିଆଇ ଟିମ୍‌

କଟକ : କଟକ ବଡମେଡିକାଲକୁ ଆଜି ଏମ୍‌ସିଆଇ ଟିମ୍‌ ଆସିବା ସହ ନିଶ୍ଚେତକ, ଇଏନ୍‌ଟି ବିଭାଗରେ ପହଞ୍ଚି ଭିତ୍ତିଭୂମି ଯାଞ୍ଚ କରିଛନ୍ତି। ତିନି ବର୍ଷ ତଳେ ଏହି ଦୁଇଟି ବିଭାଗର ସ୍ନାତକୋତ୍ତର (ପିଜି) ବିଭାଗରେ ସିଟ୍‌ ସଂଖ୍ୟା ବୃଦ୍ଧି ପାଇଥିଲା। ତାହାକୁ ଆଧାର କରି ପରୀକ୍ଷା ଚାଲିଥିବାରୁ ଏହି ଟିମ୍‌ ପରବର୍ତ୍ତୀ ଅନୁମୋଦନ ସଂପର୍କରେ ସ୍ଥିତି ସମୀକ୍ଷା କରିବା ପାଇଁ ଆଜି ଆସିଥିଲେ। ବିଏଚ୍‌ୟୁର ପ୍ରଫେସର ମାଥୁର ଓ ଅନ୍ୟଜଣେ ପ୍ରତିନିଧି ଏହି ଟିମ୍‌ରେ ଆସିଥିବା ଜଣାପଡିଛି। ତେବେ ନିଶ୍ଚେତକ ଓ ଇଏନ୍‌ଟି ବିଭାଗରେ ଯାହା ଭିତ୍ତିଭୂମି ରହିବା କଥା ତା’ ଠିକ୍‌ ଅଛି ନା ନାହିଁ ସେନେଇ ଯାଂଚ କରିଥିଲେ। ଯାଂଚ ସମୟରେ ଏସ୍‌ସିବି ମେଡିକାଲ କଲେଜର ଅଧ୍ୟକ୍ଷ ପ୍ରଫେସର ଡାକ୍ତର ସିଦ୍ଧାର୍ଥ ଦାସ ଉପସ୍ଥିତ ଥିଲେ। ତେବେ ଭିତ୍ତିଭୂମିକୁ ନେଇ ଉକ୍ତ ପ୍ରତିନିଧି ମଣ୍ଡଳୀ ଖୁସି ଥିବା ବିଭାଗୀୟ ମୁଖ୍ୟ ସୂଚନା ଦେଇଛନ୍ତି। କିନ୍ତୁ ବିଭାଗରେ ଆବଶ୍ୟକ ପଦବି ଖାଲି ପଡିଥିବା ଓ ଅନେକ ଉପକରଣର ସଠିକ୍‌ ବିନିଯୋଗ ହୋଇପାରୁନଥିବା ନେଇ ଏହି ଟିମ୍‌ ଅସନ୍ତୋଷ ବ୍ୟକ୍ତ କରିଥିବା ଜଣାପଡିଛି।

ସମ୍ବନ୍ଧିତ ଖବର