ଏମ୍‌ସିଏଲ୍‌ର ରେକର୍ଡ ଉତ୍ପାଦନ

ସମ୍ବଲପୁର: ମହାନଦୀ କୋଲଫିଲ୍‌ଡ ଲିମିଟେଡ (ଏମ୍‌ସିଏଲ୍‌‌)ମଙ୍ଗଳବାର ୧୧ ତାରିଖ ଦିନ ୭.୨୭ ଲକ୍ଷ ଟନ୍ କୋଇଲା ଉତ୍ପାଦନ କରି ଏକ ନୂଆ କୀର୍ତିମାନ ସ୍ଥାପନ କରିଛି। ଗୋଟିଏ ଦିନରେ ଏହା ସର୍ବାଧିକ ଉତ୍ପାଦନ ଅଟେ। ଚଳିତ ମାର୍ଚ୍ଚ ମାସରେ ଦୈନିକ ହାରାହାରି ୫.୭୮ ଲକ୍ଷ ଟନ୍ ହାରରେ କୋଇଲା ଉତ୍ପାଦନ କରୁଥିବା ଏମ୍‌ସିଏଲ୍‌ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏକ ନୂଆ ଇତିହାସ ରଚିବା ଦିଗରେ ଅଗ୍ରସର ହେଉଥିବା ସଂସ୍ଥା ପକ୍ଷରୁ ଏକ ପ୍ରେସ୍‌ ବିବୃତ୍ତିରେ କୁହାଯାଇଛି। କମ୍ପାନି ପକ୍ଷରୁ ନିଜର ଖଣିକମାନଙ୍କୁ ଏହି କୋଇଲା ଉତ୍ପାଦନ‌ର ଶ୍ରେୟ ଦିଆଯାଇଛି।

ସମ୍ବନ୍ଧିତ ଖବର