ନିର୍ବାଚନ ପାଇଁ ମିଡିଆ ସେଲ

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୂଚନା ଓ ଲୋକସଂର୍ପକ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ନିରଞ୍ଜନ ସେଠୀଙ୍କୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କାର୍ଯ୍ୟାଳୟରେ ଖୋଲିଥିବା ରାଜ୍ୟସ୍ତରୀୟ ମିଡିଆ ସେଲ୍‌ର ନୋଡାଲ ଅଧିକାରୀ ଭାବେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାନୁସାରେ ମୁଖ୍ୟ ନିର୍ବାଚନ ଅଧିକାରୀ ନିଯୁକ୍ତି ଦେଇଛନ୍ତି । ସେଠୀ ନୋଡାଲ ଅଧିକାରୀ ଭାବେ ଆଦର୍ଶ ଆଚରଣ ବିଧି ଉଲଂଘନ, ସୋସିଆଲ ମିଡିଆ ଯଥା ଫେସ୍‌ବୁକ, ୟୁ-ଟ୍ୟୁବ୍‌, ଟୁଇଟର ଉପରେ ନଜର ରଖି କାର୍ଯ୍ୟ କରିବେ ।

ସମ୍ବନ୍ଧିତ ଖବର