‌ମେଡିକାଲ ନାମଲେଖା ଠକେଇ ମାମଲା : କୋଟିଏ ଟଙ୍କାରେ ଡାକ୍ତର

କଟକ : ଜଜ୍‌ଙ୍କ ଜ୍ବାଇଁ ସୌମ୍ୟକାନ୍ତ ମହାନ୍ତି କେବଳ ଡାକ୍ତରୀ ପାଠପଢ଼ା ପାଇଁ ମେଧାବୀଙ୍କୁ ଠକୁ ନ ଥିଲା, ୮ଟି ମେଡିକାଲ୍‌ କଲେଜର ସିଲ୍‌ ବ୍ୟବହାର କରି ନକଲି ଡାକ୍ତରୀ ସାର୍ଟିଫିକେଟ୍‌ ମଧ୍ୟ ବିକ୍ରି କରୁଥିଲା। ଏଭଳି ନକଲି ଡାକ୍ତରୀ ସାର୍ଟିଫିକେଟ୍‌ ଦେବା ପାଇଁ ପାଖାପାଖି କୋଟିଏ ଟଙ୍କା ନେଇଛି ସୌମ୍ୟକାନ୍ତ। ସୌମ୍ୟକାନ୍ତକୁ ଜେରା ବେଳେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍‌ନାକୁ ଆସିଛି। ବାଙ୍ଗାଲୁରର କ୍ୟୁବନ୍‌ ପାର୍କ ପୁଲିସ ଷ୍ଟେସନ୍‌ ନକଲି ସାର୍ଟିଫିକେଟ୍‌ ବିକ୍ରି କାରସାଦି ଘଟଣାରେ ସୌମ୍ୟକାନ୍ତର ଦୁଇ ସହଯୋଗୀ ସୁବାଶିଷ ପତି ଓ ସମରଜିତ ପଣ୍ତାଙ୍କୁ ପୂର୍ବରୁ ଗିରଫ କରିସାରିଛି। ତେବେ ଏହି ଗ୍ୟାଙ୍ଗ ଦେଶରେ ନିର୍ଦ୍ଦିଷ୍ଟ ଭାବେ କେତେ ସ˚ଖ୍ୟାରେ ନକଲି ଡାକ୍ତର ପ୍ରସ୍ତୁତ କରିଛି, ତାହାର ଅଧିକ ତଦନ୍ତ ହେଲେ ତଥ୍ୟ ସାମ୍‌ନାକୁ ଆସିପାରିବ ବୋଲି କୁହାଯାଉଛି। ଆଜି କମିସନରେଟ୍‌ ପୁଲିସ ପକ୍ଷରୁ କ୍ରାଇମ୍‌ବ୍ରାଞ୍ଚ କାର୍ଯ୍ୟାଳୟରେ ୪ ଘଣ୍ଟା କାଳ ସୌମ୍ୟକାନ୍ତକୁ ଜେରା କରାଯାଇଥିଲା। ଏବେ ସୁଦ୍ଧା ସୌମ୍ୟକାନ୍ତକୁ ମିଶାଇ ୬ ଜଣ ଗିରଫ ହୋଇଥିବା ବେଳେ ସେମାନଙ୍କର ଆହୁରି ୬ ଜଣ ସ‌ହଯୋଗୀ ସକ୍ରିୟ ଥିବା ଜେରାରୁ ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଯେଉଁ ମେଡିକାଲ୍‌ କଲେଜ୍‌ରେ ନାମ ଲେଖାଇବାକୁ କହି ସୌମ୍ୟକାନ୍ତ ଓ ତାର ସହଯୋଗୀମାନେ ଅଭିଭାବକଙ୍କ ନିକଟରୁ ଟଙ୍କା ଆଦାୟ କରୁଥିଲେ, ସେହି କଲେଜ୍‌ ସମ୍ପର୍କରେ ଅଧିକ ତଥ୍ୟ କ୍ରାଇମ୍‌ବ୍ରାଞ୍ଚ ହାସଲ କରିଛି। ବର୍ତ୍ତମାନ ଚିହ୍ନଟ ହୋଇଥିବା ୮ଟି ମେଡିକାଲ୍‌ କଲେଜ ତାଲିକାରେ ରହିଛି ଓଡ଼ିଶାର କଟକ ବଡ଼ ମେଡିକାଲ୍‌ ଏବ˚ ଭୁବନେଶ୍ବରର କିମ୍‌ସ ସମେତ ବାଙ୍ଗାଲୁରର ଏମ୍‌ଏସ୍‌ ରାମେୟା ମେଡିକାଲ୍‌ କଲେଜ, ଏମ୍‌ଭିଜେ ମେଡିକାଲ୍‌ କଲେଜ୍‌ ଆଣ୍ତ ରିସର୍ଚ୍ଚ, ବୈଦେହି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍ସ ଆଣ୍ତ ରିସର୍ଚ୍ଚ ସେଣ୍ଟର, ବିଆର‌୍‌ ଆମ୍ବେଦକର ମେଡିକାଲ୍‌ କଲେଜ, ବିଜିଏସ୍‌ ଗ୍ଲୋବାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ୍‌ ସାଇନ୍ସ ଏବ˚ ବିଏମ୍‌ଏସ୍‌ ମେଡିକାଲ୍‌ କଲେଜ୍‌। ଏହି କଲେଜ୍‌ଗୁଡ଼ିକରେ ନାମ ଲେଖାଇବା ପାଇଁ ଦେଶର ଛାତ୍ରଛାତ୍ରୀଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲା। ଅଭିଭାବକଙ୍କ ନିକଟରୁ ଟଙ୍କା ଆଦାୟ କରିବା ପରେ ମେଡିକାଲ୍‌ କଲେଜ୍‌ରେ ସିଟ୍‌ ମିଳିଥିବା ସମ୍ପର୍କିତ ମୋବାଇଲ୍‌କୁ ଏକ କନ୍‌ଫର‌୍‌ମେସନ୍‌ ମ୍ୟାସେଜ୍‌ ଯାଉଥିଲା। କ୍ରାଇମ୍‌ବ୍ରାଞ୍ଚ ଚିହ୍ନଟ କରିଥିବା ଉକ୍ତ କଲେଜ୍‌ର ଷ୍ଟାମ୍ପ ବ୍ୟବହାର କରି ସାର୍ଟିଫିକେଟ୍‌ ପ୍ରସ୍ତୁତ କରାଯାଇଥିବା ଭଳି ଚାଞ୍ଚଲ୍ୟକ ତଥ୍ୟ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ଅନ୍ୟପଟେ କମିସନରେଟ୍‌ ପୁଲିସର ମର୍କତନଗର, ମଞ୍ଚେଶ୍ବର ଓ ଇନ୍‌ଫୋସିଟି ଥାନା ପୁଲିସର ୬ ଅଫିସର ଆଜି ଦିନ ୧୧ଟାରୁ ୩ ଟା ଯାଏ କ୍ରାଇମ୍‌ବ୍ରାଞ୍ଚ କାର୍ଯ୍ୟାଳୟରେ ସୌମ୍ୟକାନ୍ତକୁ ଜେରା କରିଥିଲେ। କମିସନରେଟ ପୁଲିସରେ ସୌମ୍ୟକାନ୍ତ ନିଜ ସହଯୋଗୀଙ୍କ ସହିତ ମିଶି ଓଡ଼ିଶାରେ କରିଥିବା ୫ଟି ଠକେଇ ଘଟଣାକୁ ସ୍ବୀକାର କରିଥିଲା। କ୍ରାଇମ୍‌ବ୍ରାଞ୍ଚର ତଦନ୍ତ ଓ ସୌମ୍ୟକାନ୍ତକୁ ଜେରା ପରେ ଆହୁରି ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମ୍‌ନାକୁ ଆସିଛି। କର୍ଣ୍ଣାଟକ ବେଙ୍ଗାଲୁରୁର କ୍ୟୁବନ୍‌ ପାର୍କ ପୁଲିସ ଷ୍ଟେସନ୍‌ରେ ସୌମ୍ୟକାନ୍ତ ସମେତ ୧୦ ଜଣଙ୍କ ବିରୋଧରେ ୬ଟି ମାମଲା ରୁଜୁ ହୋଇଥିବା ବେଳେ ୩ଟି ମାମଲା ହାଇ ଗ୍ରାଉଣ୍ତସ୍‌ ପୁଲିସ ଷ୍ଟେସନ୍‌ରେ ରୁଜୁ ହୋଇଛି। ୨୦୧୮ ସେପ୍ଟେମ୍ବରରେ କ୍ୟୁବନ୍‌ ପାର୍କ ପୁଲିସ ଷ୍ଟେସନ୍‌ ପକ୍ଷରୁ ସୌମ୍ୟକାନ୍ତ ମହାନ୍ତିଙ୍କ ଦୁଇ ସହଯୋଗୀ ସୁବାଶିଷ ପତି, ସମରଜିତ ପଣ୍ତାକୁ ଗିରଫ କରିଥିଲା। ଏହି ଗ୍ୟାଙ୍ଗ୍‌ରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ସୌମ୍ୟକାନ୍ତଙ୍କ ସମେତ ଇଲିୟାଜ୍‌ ଖାନ୍‌, ଅନିଲ ମୁଖାର୍ଜୀ, ମନୋଜ ଦାସ ଏବ˚ ଜଗତପୁର ରେସ୍‌ମା ଇନ୍‌ଷ୍ଟୁଚ୍ୟୁଟ୍‌ର ମାଲିକ ରଘୁନାଥ ବେହେରା ଫେରାର ହୋଇଯାଇଥିଲେ। ଏମାନେ ବେଙ୍ଗାଲୁରୁର ୨୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ନିକଟରୁ ପାଖାପାଖି ୫ କୋଟି ଟଙ୍କା ଡାକ୍ତରୀ ନାମ ଲେଖା ପାଇଁ ଆଦାୟ କରିଥିଲେ। କ୍ୟୁବନ୍‌ ପୁଲିସ ଷ୍ଟେସନ୍‌ ଉଭୟ ସୁବାଶିଷ ଓ ସମରଜିତକୁ ଗିରଫ କରିଥିବା ବେଳେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୮ ଲକ୍ଷ ଟଙ୍କା, ଦୁଇଟି ଲାପଟପ ଏବ˚ ମୋବାଇଲ୍‌ ଫୋନ୍‌ ଜବତ କରିଥିଲା। ପୁଣି ଥରେ କ୍ୟୁବନ ପାର୍କ ପୁଲିସ ଷ୍ଟେସନ ସୌମ୍ୟକାନ୍ତର ଦୁଇ ସହଯୋଗୀ ଇନ୍ଦ୍ରେଶ ଦୁବେ ଏବ˚ ଗୌରବକୁ ଗିରଫ କରିଥିଲା। ଇ˚ଜିନୟରି˚ କଲେଜ୍‌ରେ ସିଟ୍‌ ଯୋଗାଇ ଦେବାକୁ କହି ଉତ୍ତର ପ୍ରଦେଶର ବାରଣାସୀର ଡାକ୍ତର ସତ୍ୟ ପ୍ରକାଶଙ୍କ ନିକଟରୁ ସେମାନେ ଟଙ୍କା ଠକିଥିଲେ। ପୁଲିସ ଦୁଇ ଅଭିଯୁକ୍ତଙ୍କ ନିକଟରୁ ୧୦ ଲକ୍ଷ ଟଙ୍କା ଏବ˚ ୨ ଲକ୍ଷ ଟଙ୍କାର ଡ୍ରାଫ୍ଟ ଜବତ କରିଥିବା ବେଳେ ଏମାନେ ବିଏମ୍‌ଏସ୍‌ କଲେଜ ଅଫ୍‌ ଇଞ୍ଜିନିୟରି˚ରେ ଡାକ୍ତରଙ୍କ ପୁଅର ନାମ ଲେଖାଇବାକୁ ପ୍ରତିଶ୍ରୁତି ଦେଇଥିଲେ। ତେବେ ସୌମ୍ୟକାନ୍ତର ରିମାଣ୍ତ ଅବଧି ଆସନ୍ତାକାଲି ଶେଷ ହେଉଥିବା ବେଳେ ଅଧିକ ପଚରାଉଚରା କରିବା ପାଇଁ କମିସନରେଟ୍‌ ପୁଲିସ ତାକୁ ରିମାଣ୍ତରେ ଆଣିବାକୁ ଯୋଜନା କରୁଛି। ପ୍ରଥମେ ମଞ୍ଚେଶ୍ବର ଓ ଇନ୍‌ଫୋସିଟି ଥାନା ପୁଲିସ ଦୁଇଟି ମାମଲାରେ ଭୁବନେଶ୍ବର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ରିମାଣ୍ତ ପାଇଁ ଆବେଦନ କରିବେ। ପରେ ମର୍କତନଗର ଥାନା ପୁଲିସ ୩ଟି ମାମଲାରେ ଆବେଦନ କରିବ। ଏବେ ବି ଇଲିୟାଜ ସମେତ ସୌମ୍ୟକାନ୍ତର ୬ ସହଯୋଗୀ ଫେରାର ଥିବାରୁ ସେମାନଙ୍କୁ ଗିରଫ କରାଯିବାକୁ ଯୋଜନା କରାଯାଉଛି।

ସମ୍ବନ୍ଧିତ ଖବର