ଶ୍ରୀମନ୍ଦିର ଭିତରେ ହେବ ଡାକ୍ତରଖାନା

ପୁରୀ : ଶ୍ରୀମନ୍ଦିର ପରିସରରେ ଭକ୍ତଙ୍କୁ ମିଳିବ ପ୍ରାଥମିକ ସ୍ୱାସ୍ଥ୍ୟସେବା। ମନ୍ଦିର ଭିତରେ ଏକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା କରାଯିବ। ସ୍ଥାୟୀ ଡାକ୍ତର, ସେବିକା ଓ ଆଟେଣ୍ଡାଣ୍ଟ୍‌ଙ୍କୁ ଏଠାରେ ନିଯୁକ୍ତି ଦିଆଯିବ। ଜରୁରୀକାଳୀନ ସ୍ଥିତିରେ ଭକ୍ତ ଓ ସେବକଙ୍କୁ ଚିକିତ୍ସା ଯୋଗାଇ ଦେବାକୁ ସରକାର ଏହି ନିଷ୍ପତ୍ତି ନେଇଥିବା ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି। ଏହାସହିତ ମନ୍ଦିରରେ ସ୍ୱଚ୍ଛତା ରଖିବା ପାଇଁ ମନ୍ଦିର ପରିସରକୁ ଲାଗି ଏକ ଶୌଚାଳୟ ନିର୍ମାଣ କରାଯିବ ବୋଲି ମଧ୍ୟ ମନ୍ତ୍ରୀ ଶ୍ରୀ ଜେନା ଘୋଷଣା କରିଛନ୍ତି। ମନ୍ତ୍ରୀଙ୍କ ଏହି ଘୋଷଣାକୁ ଭକ୍ତ ମହଲରେ ସ୍ୱାଗତ କରାଯାଇଥିବାବେଳେ ସେବାୟତମାନେ ବିରୋଧ କରିଛନ୍ତି। ସ୍ୱାସ୍ଥ୍ୟକେନ୍ଦ୍ର ହେବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ମାତ୍ର, ଏହାକୁ ମନ୍ଦିର ପରିସରରେ ନକରି ବାହାରେ କରିବାକୁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର