ମିଡ଼ାସ ଟଚ୍‌ ମୁଖ୍ୟଙ୍କ ଜାମିନ ଶୁଣାଣି ଶେଷ

କଟକ : ହାଇକୋର୍ଟରେ ମିଡ଼ାସ ଟଚ୍‌ ଆସେଟ୍ସ ଆଣ୍ଡ ସିକ୍ୟୁରିଟି ଲିମିଟେଡ ସଂସ୍ଥା ପରିଚାଳନା ନିର୍ଦ୍ଦେଶକ ସୌଭାଗ୍ୟ କୁମାର ସାମଲଙ୍କ ଜାମିନ ଆବେଦନର ଶୁଣାଣି ଶେଷ ହୋଇଛି। ଆଜି ଜଷ୍ଟିସ ଜେ.ପି.ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀ ସାମଲଙ୍କ ଜାମିନ ଆବେଦନର ପୂର୍ଣ୍ଣାଙ୍ଗ ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ସୁରେଶ ଚନ୍ଦ୍ର ତ୍ରିପାଠୀ ମାମଲା ପରିଚାଳନା କରୁଥିଲେ। ଏହି ସଂସ୍ଥା ବିରୋଧରେ ଜମାକାରୀଙ୍କୁ କୋଟି କୋଟି ଟଙ୍କା ଠିକିବା ନେଇ ୨୦୧୩ରେ ଅଭିଯୋଗ ହୋଇଥିଲା। ଶ୍ରୀ ସାମଲ ଓ ଅନ୍ୟ ନିର୍ଦ୍ଦେଶକଙ୍କୁ ୨୦୧୬ରେ ସିବିଆଇ ଗୁଜରାଟରୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର