କରୋନା ସଂକ୍ରମଣ ଭୟରେ ଗାଁକୁ ଫେରୁଛନ୍ତି ଦାଦନ, ରେଳ ଷ୍ଟେସନ ଜଗିଲେ ଶିକ୍ଷକ, କର୍ମଚାରୀ

ଲାଞ୍ଜିଗଡ଼ : କରୋନା ସଂକ୍ରମଣ ବ୍ୟାପୁଥିବାରୁ ରାଜ୍ୟ ବାହାରକୁ ଦାଦନ ଖଟି ଯାଇଥିବା ଶ୍ରମିକମାନେ ନିଜ ଘରକୁ ଫେରୁଛନ୍ତି। ବିଶେଷ କରି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍‌ର ଶ୍ରମିକମାନେ ଶହ ଶହ ସଂଖ୍ୟାରେ ବାହାର ରାଜ୍ୟରୁ ଟ୍ରେନ୍‌ ଯୋଗେ ଗାଁକୁ ଫେରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ବ୍ଲକ୍‌ ଶିକ୍ଷାଧିକାରୀ ସଞ୍ଜୀବ ନାଏକ, କେକେଡିଏ ପ୍ରକଳ୍ପ ପରିଚାଳକ ଲମ୍ବୋଦର ପ୍ରଧାନ ଓ ଲାଞ୍ଜିଗଡ଼ ବିଡ଼ିଓ ଜିତେନ୍ଦ୍ର ମିଶ୍ରଙ୍କ ନିର୍ଦେଶରେ ଶିକ୍ଷକ, କେକେଡିଏ କର୍ମଚାରୀ, କୃଷି କର୍ମଚାରୀ ଓ ବ୍ଲକ୍‌ କର୍ମଚାରୀମାନେ ଅମ୍ବାଦୋଳା ଷ୍ଟେସନକୁ ଯାଇ ସମସ୍ତଙ୍କ ଉପରେ ନଜର ରଖିଛନ୍ତି। ଟ୍ରେନ୍‌ରେ ଘରକୁ ଫେରୁଥିବା ଶ୍ରମିକମାନଙ୍କ ତଥ୍ୟ ସଂଗ୍ରହ କରି ବ୍ଲକ୍‌ ପ୍ରଶାସନକୁ ରିପୋର୍ଟ ଦେବେ ବୋଲି କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରକାଶ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ୧୦୦ରୁ ଅଧିକ ଶ୍ରମିକ ନିଜ ନିଜ ଗାଁକୁ ଫେରି ଆସିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି କେଉଁ ପଞ୍ଚାୟତର କେତେଜଣ ଫେରୁଛନ୍ତି ସେମାନଙ୍କ ନାମ ପଞ୍ଜୀକରଣ କରାଯାଇ ସେମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖି ପ୍ରଶାସନ ସର୍ତକତା ପଦକ୍ଷେପ ନେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର