୩୫ ଓଡ଼ିଆ ଦାଦନ ବିହାରରେ ନଜରବନ୍ଦୀ

ତିହିଡି : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଓ ଅନ୍ୟ ବ୍ଲକର ପ୍ରାୟ ୩୫ ଓଡ଼ିଆ ଦାଦନ ଶ୍ରମିକ ବିହାର ଷ୍ଟିଲ କମ୍ପାନିରେ ନଜରବନ୍ଦୀ ରହିଛନ୍ତି। ସଂପୃକ୍ତ ଠିକାଦାର ସେମାନଙ୍କୁ ମାତ୍ର ୪ ଦିନ କାମ କରାଇ ଚମ୍ପଟ ମାରିଛି। କମ୍ପାନି ଦାଦନମାନଙ୍କୁ ଘରକୁ ଛାଡୁନି। ନଜରବନ୍ଦୀ କରି ରଖିବା ସହ କାମ କରାଉଛି। ନଜର ବନ୍ଦୀରେ ଥିବା ଦାଦନଙ୍କ ମଧ୍ୟରୁ ପ୍ରତାପ କୁମାର ଦାସ କୌଣସି ପ୍ରକାର ସେମାନଙ୍କ ଭିଜୁଆଲ ହ୍ଵାଟସ୍‌ଅପରେ ପଠାଇ ଉଦ୍ଧାର କରିବାକୁ ରାଜ୍ୟ ସରକାର ସହଯୋଗ ଲୋଡ଼ିଛନ୍ତି। ଏହି ଘଟଣା ପ୍ରଘଟ ହେବା ପରେ ସାରା ଭଦ୍ରକ ଜିଲ୍ଲାରେ ହଇଚଇ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର