ଖଡିଆଳରେ ଥମୁନି ଦାଦନ ଶ୍ରମିକ ଚାଲାଣ, ପୁଣି ୧୧ଜଣ ଦାଦନ ଶ୍ରମିକ ସହିତ ୫ ଶିଶୁ ଉଦ୍ଧାର

ଖଡିଆଳ : ଗତ ୨୦ ତାରିଖରେ ନୂଆପଡା ଜିଲ୍ଲା ଖଡିଆଳସ୍ଥିତ ଡୁଆଝର ପାଖରେ ୯ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ପୁଣି ଶନିବାର ମଧ୍ୟରାତ୍ରରେ ୧୧ ଜଣ ମହିଳା ଓ ପୁରୁଷ ଦାଦନ ଶ୍ରମିକ ସହିତ ୫ ଜଣ ଶିଶୁ ମୋଟ ୧୬ ଜଣଙ୍କୁ ଖଡିଆଳ ପୁଲିସ ଉଦ୍ଧାର କରିଛି। ସୁଚନା ମତେ ଖଡିଆଳ ଥାନା ଲଛିପୁର ଗ୍ରାମର ଦାଦନ ଶ୍ରମିକ ଦଲାଲ ଦିବ୍ୟାଲୋଚନ ସତନାମୀ ଛତିଶଗଡ ଦେଓଭୋଗ ଥାନା ଅଂଚଳରୁ ହେଲାଲ ନାଗେଶ(୪୦), ରୁଦ୍ର ସିଂ ନାଗେଶ(୩୦), ନରସିଂ ନାଗେଶ (୩୦), ରମେଶ ସୁନାନୀ(୨୭), ଜଗବନ୍ଧୁ ତାଣ୍ଡି(୪୫), ରବି ନାଗେଶ (୪୦), ଉର୍ବଶୀ ନାଗେଶ((୨୭), ଇନ୍ଦ୍ରା ନାଗେଶ (୩୫), ବାସୁମତୀ ସୁନାନୀ( ୪୫), ଜୟନ୍ତୀ ବାଗ( ୨୮), କେମନ୍ତୀ ନାଗେଶ(୩୦) ସମେତ ୫ ଜଣ ଶିଶୁଙ୍କୁ ହାଇଦ୍ରାବାଦ ଇଟା ଗଢିବା ଉଦ୍ଦେଶ୍ୟରେ ନେଉଥିଲା । ନିଜ ଗ୍ରାମ ଲଛିପୁରରେ ଏହି ଶ୍ରମିକମାନଙ୍କୁ ଆଣି ରଖିଥିବା ଖଡିଆଳ ପୁଲିସ ଜାଣିବା ପରେ ଖଡିଆଳ ଆଇଆଇସି କୈଳାଶ ଚନ୍ଦ୍ର ସେଠି, ସବଇନିସପେକ୍ଟର ଜିତୁ ମୋହନ ବେଶ୍ରା, ପୁର୍ଣ୍ଣଚନ୍ଦ୍ର ପ୍ରଧାନ ଲଛିପୁର ଗ୍ରାମକୁ ଯାଇ ଶ୍ରମିକମାନଙ୍କୁ ଉଦ୍ଧାର କରିବା ସହିତ ଦାଦନ ଶ୍ରମିକ ଦଲାଲ ବୈଲୋଚନ ମାଝୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଆଇଆଇସି କୈଳାଶ ଚନ୍ଦ୍ର ସେଠି ପ୍ରକାଶ କରିଛନ୍ତି । ଉଦ୍ଧାର ଶ୍ରମିକମାନଙ୍କୁ ନିଜ ଗ୍ରାମକୁ ପଠାଇ ଦିଆଯିବ ବୋଲି ପୁଲିସ ସୁତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର