ବରଗଡ଼/ସୋହେଲା : ଓଡ଼ିଶା-ଛତିଶଗଡ଼ ସୀମା ଲୁହୁରାଚଟୀଠାରେ ରବିବାର ଦିନ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ମହାରାଷ୍ଟ୍ରରୁ ଆସାମ ଓ ପଶ୍ଚିମ ବଙ୍ଗର ହଜାର ହଜାର ପ୍ରବାସୀ ଶ୍ରମିକ ଛତିଶଗଡ଼ ଦେଇ ଓଡ଼ିଶା ସୀମା ଭିତରକୁ ପଶି ଆସିଥିେଲ। ସେମାନେ ଚାଲି ଚାଲି ଆସିଥିବାରୁ ଓଡ଼ିଶା ସରକାରଙ୍କର ଚିନ୍ତା ବଢ଼ିଯାଇଥିଲା। ଏହି ପ୍ରବାସୀ ଶ୍ରମିକମାନଙ୍କୁ ସେମାନଙ୍କ ରାଜ୍ୟକୁ ପଠାଇବା ଲାଗି ବସ୍ ଓ ଟ୍ରକ ଯୋଗାଡ଼ କରିବାକୁ ପଡ଼ିଥିଲା। କିନ୍ତୁ ସେମାନଙ୍କ ତୁଳନାରେ ବସ୍ ସଂଖ୍ୟା କମ୍ ଥିବାରୁ ଟ୍ରକ ଯୋଗେ ପଠାଇବାକୁ ପଡ଼ିଥିଲା। ଏକା ସମୟରେ ହଜାର ହଜାର ପ୍ରବାସୀ ସୀମାରେ ରୁଣ୍ଡ ହୋଇଯିବାରୁ ପଞ୍ଜୀକରଣ ସମସ୍ୟା ମଧ୍ୟ ଦେଖାଦେଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ ଯେ ଏହି ପ୍ରବାସୀ ଶ୍ରମିକ ମହାରାଷ୍ଟ୍ରରୁ ବିଭିନ୍ନ ଗାଡ଼ିରେ ଆସି ଛତିଶଗଡ଼ରେ ଓହ୍ଳାଇଥିଲେ। ସେମାନଙ୍କ ଲାଗି ଛତିଶଗଡ଼ ସରକାର ବସ୍ ଯୋଗାଡ଼ କରିବା ପରିବର୍ତେ ସେମାନଙ୍କୁ ଓଡ଼ିଶା ସୀମା ଭିତରକୁ ପଠାଇଦେବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ସ୍ଥିତି ନିୟନ୍ତ୍ରଣ କରିବାକୁ ପୁଲିସ୍ ଏବଂ ପ୍ରଶାସନକୁ ନାକେଦମ୍ ହେବାକୁ ପଡ଼ିଥିଲା। ୨୪ଘଣ୍ଟା ଭିତରେ ପ୍ରାୟ ୫ଶହ ବସ୍ ଲାଗିଥିଲା। ଏହାବାଦ୍ ଟ୍ରକ୍ ମଧ୍ୟ ସୀମାରେ ପହଂଚିଥିଲା। ତେଣୁ ଶହ ଶହ ଟ୍ରକ୍ ଏବଂ ବସ୍ ଦୀର୍ଘ ସମୟ ଧରି ଛିଡ଼ା ହୋଇଥିଲା।